ଭାରତୀୟ ମହିଳାଙ୍କୁ ପ୍ରେମ କରିବା ସହ ବିବାହ କରିବା ପାଇଁ ଭାରତ ଆସିଥିଲେ ଯୁବକ, କିନ୍ତୁ ହେଲା ୧୦ବର୍ଷ ଜେଲ୍‌

ଭୋପାଳ: ପାକିସ୍ତାନ ଯୁବତୀଙ୍କୁ ଭଲ ପାଇ ବସି ବିବାହ କରିବା ପାଇଁ ପାକିସ୍ତାନରେ ଯାଇ ପହଞ୍ଚିଥିଲେ ଭାରତୀୟ ଯୁବକ ହାମିଦ୍‌ ଅନସାରୀ । କିନ୍ତୁ ସେଠାକୁ ଯାଇ ଜେଲ ଦଣ୍ଡ ଭୋଗିବା ଘଟଣାର ଖବର କିଛି ଦିନ ତଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ୬ବର୍ଷ ଜେଲ ଦଣ୍ଡ ଭୋଗି ସେ କିଛି ଦିନ ତଳେ ଭାରତ ଫେରିଥିଲେ । ଏବେ ତାଙ୍କ ଭଳି ଜଣେ ପାକିସ୍ତାନୀ ଯୁବକ ଭାରତ ଆସି ୧୦ ବର୍ଷ ଜେଲ ଦଣ୍ଡ ଭୋଗୁଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ପାକିସ୍ତାନର କରାଚିରେ ରହୁଥିବା ମହମ୍ମଦ ଇମ୍ରାନ୍‌ କୁରେଶି ଓ୍ଵର୍ସି ଭାରତକୁ ନିଜ ପ୍ରେମିକାକୁ ଖୋଜି ଖୋଜି ଆସି ପହଞ୍ଚିଥିଲେ । ଯାହା ପରେ ତାଙ୍କୁ ତାଙ୍କ ପ୍ରେମିକା ମିଳିବା ସହ ୨୦୦୩ରେ ଦୁହେଁ ବିବାହ କରିଥିଲେ । ବିବାହ ପରେ ଦୁହେଁ କୋଲକାତାରେ ରହିବା ସହ ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଜନ୍ମ ନେଇଥିଲେ । ଯେତେବେଳେ ସେ ନିଜ ପୈତୃକ ସମ୍ପତିରୁ ଭାଗ ମାଗିଥିଲେ, ଭାରତରେ ରହୁଥିବା ମହମ୍ମଦଙ୍କ ସଂପର୍କୀୟ ପୁଲିସକୁ ସେ ପାକିସ୍ତାନୀ ବୋଲି ଖବର ଦେଇଥିଲେ । ଯାହା ପରେ ତାଙ୍କୁ ସ୍ପାଏ ବୋଲି ଭାବି ପୁଲିସ ଗିରଫ କରିଥିଲା ।

News18.com

ଗିରଫ ହେବା ପରେ ତାଙ୍କୁ ୨୦୦୮ରେ ୧୦ବର୍ଷ ଜେଲ ଦଣ୍ଡ ଦିଆଯିବା ସହ ୮୦ହଜାର ଟଙ୍କା ଜରିମାନା ଦେବା ପାଇଁ କୁହାଯାଇଥିଲା । ଏବେ ତାଙ୍କର ୧୦ବର୍ଷ ଜେଲ ଦଣ୍ଡ ପୂରା ହୋଇ ଯାଇଥିଲେ ମଧ୍ୟ ୮୦ହଜାର ଟଙ୍କା ଦେଇ ନଥିବାରୁ ଦୁଇ ମାସ ଜେଲ ଦଣ୍ଡ ଭୋଗୁଥିବା ଜଣା ପଡ଼ିଛି । ଡ଼ିସେମ୍ବର ୨୬ରେ ମହମ୍ମଦଙ୍କୁ ମୁକ୍ତ କରାଯିବ ବୋଲି ଜଣା ପଡ଼ିଥିବା ବେଳେ ପାକିସ୍ତାନ ଯାଇ ସେ ନିଜ ସ୍ତ୍ରୀ-ପିଲାଙ୍କୁ ନେବା ପାଇଁ କାଗଜପତ୍ର କାମ ଆରମ୍ଭ କରିବେ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର