ଲଣ୍ଡନ : ଦୀର୍ଘଦିନରୁ ଚାଲିଆସିଥିବା ଏକ ଜମିର ସୀମା ବିବାଦକୁ ନେଇ ବ୍ରିଟେନର ଜଣେ ଲୋକ ତାଙ୍କ ପଡ଼ୋଶୀଙ୍କ ବଗିଚାରେ ପଶି ବିବାଦୀୟ ଅଞ୍ଚଳରେ ଥିବା କିଛି ଗଛ କାଟିଦେଇଥିଲେ। ଏହାପରେ ଏଡ୍ରିସନ ଷ୍ଟାଇର୍ସ ନାମକ ଉକ୍ତ ବ୍ୟକ୍ତିଙ୍କୁ ଗାଁରେ ପ୍ରବେଶ କରିବା ଉପରେ ୧୫ ଦିନ ପାଇଁ କଟକଣା ଲଗାଗଲା। ୫୯ ବର୍ଷ ବୟସ୍କ ଷ୍ଟାଇର୍ସଙ୍କୁ ୬ ସପ୍ତାହ ପାଇଁ ଜେଲ ଦଣ୍ଡ ବି ଦିଆଗଲା। ପୁଣି ତାଙ୍କୁ ନର୍ଥ-ହ୍ୟାପ୍ଟନକାଜିଷ୍ଟ୍ରେଟ୍ କୋର୍ଟ ଦ୍ବାରା ୧୮ ମାସ ପାଇଁ ସସ୍ପେଣ୍ଡ କରିଦିଆଗଲା। ଏହାଛଡ଼ା କୋର୍ଟ ଦ୍ବାରା ତାଙ୍କୁ ବିଲ୍ସୱର୍ଥରେ ପ୍ରବେଶ କରିବା ବା ପୀଡ଼ିତମାନଙ୍କ ସହ ମିଶିବା ଉପରେ ୧୫ ବର୍ଷ ପାଇଁ ରୋକ ଲଗାଇ ଦିଆଗଲା।

Advertisment

ଷ୍ଟାଇର୍ସଙ୍କୁ ଲାଗୁଛି ତାଙ୍କୁ ‘ଅସାମାଜିକ ବ୍ୟବହାର’ ଜାଗାରେ ‘ନରହତ୍ୟାର ଦଣ୍ଡ’ ‌ଭୋଗିବାକୁ ପଡ଼ୁଛି। ତାଙ୍କୁ ଏହା ଜାଣି ଦୁଃଖ ଲାଗୁଛି ଯେ ସେ ୭୪ ବର୍ଷ ବୟସ ପର୍ଯ୍ୟନ୍ତ ନିଜ ଗାଁକୁ ଫେରିଯାଇ ପାରିବେ ନାହିଁ। ଯଦି ତା’ ପୂର୍ବରୁ ସେ ଗାଁକୁ ଯା’ନ୍ତି ତେବେ ତାଙ୍କୁ ପୁଣି ଜେଲ ଯିବାକୁ ପଡ଼ିପାରେ।