ବର୍ଷାରେ ଓଦା ହୋଇ ପରସ୍ପରକୁ ଚୁମ୍ବନ ଦେଉଥିଲେ ଦମ୍ପତି,ସେହି ସମୟର ଫଟୋ ଉଠାଇବାରୁ ଚାକିରି ହରାଇଲେ ଫଟୋଗ୍ରାଫର
ନୂଆଦିଲ୍ଲୀ : ବାଂଲାଦେଶର ଜଣେ ଦମ୍ପତିଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଫଟୋ ଭାଇରାଲ ହେବା ସହ ଫଟୋକୁ ନେଇ ବିବାଦ ମଧ୍ୟ ବଢ଼ିବାରେ ଲାଗିଛି । ଫଟୋ ଉଠାଇଥିବା ଫଟୋଗ୍ରାଫରଙ୍କୁ ନେଇ ମଧ୍ୟ ଅନେକ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି । କିଛି ଲୋକ ଫଟୋଗ୍ରାଫର ଜିବୋଙ୍ଗ ଅହମଦ୍ଙ୍କ ସାଥ୍ ଦେଇଥିବା ବେଳେ କିଛି ଲୋକ ତାଙ୍କୁ ବିରୋଧ କରିଛନ୍ତି ।
This picture taken from TSC, DU today by Jibon Ahmed and this is real Bangladesh. Islami fundamentalism will be destroy from our country by such kind of love n practice....Love u Bangladesh... pic.twitter.com/15zUkfaeGR
— Nuruzzaman Labu (@labu8080) July 23, 2018
ସୂଚନା ମୁତାବକ, ବାଂଲାଦେଶୀ ଫଟୋଗ୍ରାଫର ଜିବୋଙ୍ଗ ଅହ୍ମଦ୍ ସୋମବାର ଢ଼ାକା ବିଶ୍ୱ ବିଦ୍ୟାଳୟ ସାମ୍ନାରେ ଥିବା ଏକ ଚା’ଦୋକାନକୁ ଦେଖିବା ପରେ ସେଠାରେ ଜଣେ ଦମ୍ପତି ବର୍ଷାରେ ଓଦା ହୋଇ ପରସ୍ପରକୁ ଚୁମ୍ବନ ଦେଉଥିବା ଦେଖିଥିଲେ । ଏହି ଦୃଶ୍ୟ ଦେଖି ସେ ତୁରନ୍ତ ଏହାକୁ ନିଜ କ୍ୟାମେରାରେ କଏଦ କରି ନେଇଥିଲେ । ଖାଲି ସେତିକ ନୁହେଁ, ସେ ଏହି ଫଟୋକୁ ନିଜ ଟ୍ଵିଟର ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଥିଲେ । ଏହି ଫଟୋ ପୋଷ୍ଟ ହେବା ପରେ ଧିରେ ଧିରେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା । କିଛି ଲୋକ ଏହା ସଭ୍ୟତା ଏବଂ ସଂସ୍କୃତିର ବିରୋଧ ବୋଲି କହୁଥିବା ବେଳେ କିଛି ଲୋକ ଏହାକୁ ସମର୍ଥନ କରିଥିଲେ । କିନ୍ତୁ ଏହି ଫଟୋକୁ ନେଇ ବିବାଦ ଆରମ୍ଭ ହେଉଥିବାରୁ ମିଡ଼ିଆ େଓବ୍ସାଇଟ୍ ଜିବୋଙ୍ଗଙ୍କୁ ଚାକିରିରୁ ବାହାର କରି ଦେଇଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ଏଭଳି କିଛି ଘଟଣା ପାଇଁ ବାଂଲାଦେଶୀ ଫଟୋଗ୍ରାଫର ଅଭିଜିତ୍ ରାୟଙ୍କୁ ସର୍ବସମ୍ମୁଖରେ ହତ୍ୟା କରାଯାଇଥିଲା ।