ଏହି ରାଫେଲ ବିମାନଟି ଆସନ୍ତା ୨୦ ତାରିଖରେ ଭାରତୀୟ ବାୟୁସେନାର ସାମିଲ ହେବ, ଫଟୋ ଜାରି କଲେ ଫ୍ରାନ୍ସର ଫଟୋଗ୍ରାଫର

ନୂଆଦିଲ୍ଲୀ : ଆସନ୍ତା ୨୦ ତାରିଖରେ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକଭାବେ ସାମିଲ ହେବ ରାଫେଲ ବିମାନ । ଏଥିଲାଗି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ବାୟୁସେନା ମୁଖ୍ୟ ବିଏସ ଧାନୋଆ ଓ ବରିଷ୍ଠ ଅଧିକାରୀମାନେ ପ୍ୟାରିସ ଯିବେ । ତେବେ ଯେଉଁ ରାଫେଲ ବିମାନଟି ବାୟୁସେନାର ସାମିଲ ହେବ ଏବେ ତାହାର ପରୀକ୍ଷାମୂଳକ ଉଡାଣ ଆରମ୍ଭ ହୋଇଛି । ଏହି ବିମାନକୁ ଭାରତୀୟ ବାୟୁସେନାର ଅଫିସିଆଲ ରଙ୍ଗ କରାଯାଇଛି । ଏହାର କେତେକ ଫଟୋ ଉତ୍ତୋଳନ କରିଛନ୍ତି ଫ୍ରେଞ୍ଚ ଫଟୋଗ୍ରାଫର ସେଡରିକ ଗୁଏର ।

ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା । ଆସନ୍ତା ୨ ବର୍ଷ ମଧ୍ୟରେ ଅବଶିଷ୍ଟ ୩୫ଟି ରାଫେଲ ବିମାନ ଭାରତରେ ପହଞ୍ଚିବ । ଗତ ବର୍ଷ ଡିସେମ୍ବର ମାସରେ ସରକାର ମୋଟ ରାଶିର ୨୫ ପ୍ରତିଶତ ପେମେଣ୍ଟ ଫ୍ରାନ୍ସ ସରକାରଙ୍କୁ ପ୍ରଦାନ କରିଥିଲେ । ଏହି ଚୁକ୍ତି ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ହୋଇଥିବାରୁ ଭାରତ ସରକାର ଫ୍ରାନ୍ସ ସରକାରଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଫ୍ରାନ୍ସ ସରକାର ଏହି ଅର୍ଥ ଡାସାଁ ଆଭିଏସନକୁ ପ୍ରଦାନ କରିବେ ।

ସମ୍ବନ୍ଧିତ ଖବର