କର୍ଣ୍ଣାଟକର ଏହି ବିଧାନସଭା ଆସନ ଉପରେ ସମସ୍ତଙ୍କ ଆଖି, କାହିଁକି ଜାଣନ୍ତୁ

ବାଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତରିଖ ଘୋଷଣା ହେବା ପରେ ରାଜ୍ୟରେ ରାଜନୈତିକ ପାଣିପାଗ ଗରମ ହୋଇଯାଇଛି । ବିଜେପି, କଂଗ୍ରେସ ଓ ଜେଡିଏସ୍‌ ପକ୍ଷରୁ ପ୍ରଚାର ବି ଆରମ୍ଭ ହୋଇଯାଇଛି । ଏହି ନିର୍ବାଚନଟି ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରାପ୍ପାଙ୍କ ପାଇଁ ପ୍ରତିଷ୍ଠାର ପ୍ରଶ୍ନ ହୋଇଯାଇଛି । ସେଥିପାଇଁ ବହୁ ଯୋଜନାବଦ୍ଧ ଭାବେ ଉଭୟ ଦଳ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ଏହି ନିର୍ବାଚନର ଏକ ରୋଚକ ଲଢେଇ ହେବାକୁ ଯାଉଛି ମହୀଶୂର ନିକଟରେ ଥିବା ବରୁନା ନିର୍ବାଚନ ମଣ୍ଡଳୀରେ । କାରଣ ଏହି ନିର୍ବାଚନମଣ୍ଡଳୀରେ ଲଢେଇ କରିବାକୁ ଯାଉଛନ୍ତି ସିଦ୍ଧରାମାୟାଙ୍କ ପୁତ୍ର ୟତୀନ୍ଦ୍ର ଓ ୟେଦ୍ୟୁରପ୍ପାଙ୍କ ପୁତ୍ର ବିଜୟେନ୍ଦ୍ର ।

ଏହି ବରୁନା ନିର୍ବାଚନ ମଣ୍ଡଳୀଟି ଗତ ୨୦୦୮ରେ ଗଢାଯାଇଥିଲା । ଏହି ଆସନଟି ସିଦ୍ଧରାମାୟାଙ୍କ ପସନ୍ଦର ଆସନ ଭାବେ ଜଣାଶୁଣା । ଏହା ପୂର୍ବରୁ ସେ ୧୯୮୩ରୁ ୨୦୦୮ ପର୍ଯ୍ୟନ୍ତ ନିକଟସ୍ଥ ଚାମୁଣ୍ଡେଶ୍ୱରୀ ଆସନରୁ ଲଢୁଥିଲେ । ଏଥରେ ସେ ପୁଣି ଥରେ ଚାମୁଣ୍ଡେଶ୍ୱରୀ ଆସନରୁ ଲଢୁଥିବାବେଳେ ତାଙ୍କ ପୁଅ ୟତୀନ୍ଦ୍ରଙ୍କୁ ବରୁନାରୁ ଛିଡା କରାଉଛନ୍ତି । କିନ୍ତୁ ଏହାକୁ ବିଜେପି ଏକ ଚ୍ୟାଲେଞ୍ଜ ଭାବେ ନେଇଛି ଓ ୟେଦ୍ୟୁରପ୍ପାଙ୍କ ସାନ ପୁଅ ବିଜୟେନ୍ଦ୍ରଙ୍କୁ ଛିଡ଼ା କରିବାକୁ ନିଷ୍ପତ୍ତି ନେଇଛି ।

ସମ୍ବନ୍ଧିତ ଖବର