କାଶ୍ମୀର ଆତଙ୍କବାଦୀଙ୍କୁ ପ୍ରତିଶୋଧ ଧମକ ଦେଇଛି ଏହି ଗୁପ୍ତ ସଂଗଠନ

ଶ୍ରୀନଗର : କାଶ୍ମୀର ଘାଟିରେ ଆତଙ୍କବାଦୀମାନେ ବାରମ୍ବାର ସ୍ଥାନୀୟ ପୁଲିସ କର୍ମଚାରୀଙ୍କୁ ହତ୍ୟା କରୁଥିବାରୁ ଏ ଅଂଚଳରେ ଜନଅସନ୍ତୋଷ ବଢିଚାଲିଛି । ହିଜବୁଲ ମୁଜାହିଦ୍ଦିନ ଏସବୁ ହତ୍ୟାକାଣ୍ଡ ଘଟାଉଥିବାରୁ ତାହାର ପ୍ରତିଶୋଧ ନେବା ପାଇଁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଦାବି ଉଠୁଛି । ଏସବୁ ହତ୍ୟାର ନିଶ୍ଚିତଭାବେ ପ୍ରତିଶୋଧ ନିଆଯିବ ବୋଲି କାଶ୍ମୀରର ଦୁଇଟି ଗୁପ୍ତ ସଂଗଠନ ସୋପିଆଁ ଓ ଫୁଲବାମା ଟାଇଗର୍ସ ପକ୍ଷରୁ ପୋଷ୍ଟର ମାରି ଧମକ ଦିଆଯାଇଛି । ଏସବୁ ହତ୍ୟା କରିଥିବା ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ହତ୍ୟା କରିବାକୁ ଏହି ଗୁପ୍ତ ସଂଗଠନ ଧମକ ଦେଇଛି । ଏସବୁ ଏସପିଓ ବା ସ୍ୱତନ୍ତ୍ର ପୁଲିସ ଅଧିକାରୀମାନେ ନିଜ ପରିବାର ପ୍ରତିପୋଷଣ ପାଇଁ ଚାକିରି କରୁଛନ୍ତି । ଏଣୁ ସେମାନଙ୍କୁ ହତ୍ୟା କରିବା ଇସ୍ଲାମର ବିରୋଧୀ ବୋଲି ଏହି ପୋଷ୍ଟରରେ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ କମାଣ୍ଡର ରିଆଜ ନାଇକୋକୁ କୁହାଯାଇଛି । ଉର୍ଦ୍ଦୁ ଭାଷାରେ ଏହି ପୋଷ୍ଟାର ଲେଖାଯାଇଥିବାବେଳେ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଛଡାଯାଇଛି । ନିକଟରେ ଆତଙ୍କବାଦୀମାନେ କାଶ୍ମୀରରେ ୩ ଜଣ ଏସପିଓଙ୍କୁ ହତ୍ୟା କରିଥିଲେ ।

ସମ୍ବନ୍ଧିତ ଖବର