ପାଟନା: ବିହାରର ବକ୍ସରର ଡୁମରାଓଁରେ ତାନ୍ତ୍ରିକ ପ୍ରଥା ପାଇଁ ପ୍ରସିଦ୍ଧ୪୦୦ ବର୍ଷ ପୁରୁଣା ରାଜ ରାଜେଶ୍ୱରୀ ତ୍ରିପୁରା ସୁନ୍ଦରୀ ମନ୍ଦିରର ମୂର୍ତ୍ତି ମଧ୍ୟରାତ୍ରିରେ ପରସ୍ପର ମଧ୍ୟରେ କଥାବାର୍ତ୍ତା କରିଥାନ୍ତି। ବକ୍ସରର ଏହି ମନ୍ଦିରରେ କଳସ ସ୍ଥାପନା କରାଯିବାର ପରମ୍ପରା ନାହିଁ।
ଶାରଦୀୟ ଏବଂ ଚୈତ୍ର ନବରାତ୍ରି ସମୟରେ ମଧ୍ୟ ଏଠାରେ କଳସ ସ୍ଥାପନ କରାଯାଏ ନାହିଁ। ଏହି ମନ୍ଦିର ଏହାର ତାନ୍ତ୍ରିକ ରୀତିନୀତି ପାଇଁ ପ୍ରସିଦ୍ଧ। ମନ୍ଦିରରେ ସମସ୍ତଙ୍କ ନାମନା ପୂରଣ ହୋଇଥାଏ।
ରାଜ ରାଜେଶ୍ୱରୀ ତ୍ରିପୁରା ସୁନ୍ଦର ମନ୍ଦିରରେ ଦେବୀ ରାଜ ରାଜେଶ୍ୱରୀ ତ୍ରିପୁରା ସୁନ୍ଦରୀ, ଦେବୀ ବାଗଳାମୁଖୀ, ତାରା ଦେବୀ ଏବଂ ପାଞ୍ଚ ଭୈରବ ଦତ୍ତାତ୍ରେୟ ଭୈରବ, ବଟୁକ ଭୈରବ, ଅନ୍ନପୂର୍ଣ୍ଣା ଭୈରବ, କାଳ ଭୈରବ, ଏବଂ ମାତଙ୍ଗୀ ଭୈରବଙ୍କ ମୂର୍ତ୍ତି ରହିଛି। ।
ଏହା ସହିତ କାଳୀ, ତ୍ରିପୁରା ଭୈରବୀ, ଧୁମାବତୀ, ତାରା, ଛିନ୍ନମସ୍ତା, ଶୋଡ଼ଷୀ, ମାତଙ୍ଗୀ, କମଳା, ଉଗ୍ର ତାରା, ଭୁବନେଶ୍ୱରୀ ଆଦି ଦଶ ମହାବିଦ୍ୟାଙ୍କ ପ୍ରତିମା ରହିଛି।
ମନ୍ଦିରଟି ୪୦୦ ବର୍ଷ ପୂର୍ବେ ତାନ୍ତ୍ରିକ ଭବାନୀ ମିଶ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ସେବେଠାରୁ ତାଙ୍କ ପରିବାରର ସଦସ୍ୟମାନେ ପୂଜାରୀ ଭାବରେ ସେବା କରିଆସୁଛନ୍ତି।
ମନ୍ଦିରର ପୁରୋହିତ କୁହନ୍ତି, ରାଜ ରାଜେଶ୍ୱରୀ ମନ୍ଦିରରେ କେବେ ବି କଳସ ସ୍ଥାପନ କରାଯାଏ ନାହିଁ। ଦେବୀ ବଗଳାମୁଖୀ ଏବଂ ରାଜ ରାଜେଶ୍ୱରୀ ମାତାଙ୍କୁ ଶୁଖିଲା ଫଳ ଅର୍ପଣ କରାଯାଇଥାଏ।
ରାଜ ରାଜେଶ୍ୱରୀ ତ୍ରିପୁରା ସୁନ୍ଦରୀ ମନ୍ଦିରର ସବୁଠାରୁ ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଯେ, ମଧ୍ୟରାତ୍ରିରେ ମନ୍ଦିର ଭିତରେ ଥିବା ମୂର୍ତ୍ତିଗୁଡ଼ିକ ପରସ୍ପର ସହିତ କଥାବାର୍ତ୍ତା ହେଉଥିବାର ଶୁଣାଯାଇଥାଏ। ସ୍ଥାନୀୟ ଲୋକମାନେ କୁହନ୍ତି ଯେ, ମଧ୍ୟରାତ୍ରି ପରେ, ଏପରି ଶୁଭେ ଯେପରି ଦୁଇଜଣ ଲୋକ ମନ୍ଦିର ଭିତରେ କଥାବାର୍ତ୍ତା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/10/01/this-temple-does-not-have-a-kalash-installation-the-idols-talk-to-each-other-at-night-know-the-secret-of-the-temple-2025-10-01-15-10-40.jpg)