ସୀମାରେ ବଢୁଛି ଦୁଇ ସେନାଙ୍କ ମଧ୍ୟରେ ଉତ୍ତେଜନା, ଭାରତୀୟ ସେନାଠାରୁ ମିଠା ନେଲାନାହିଁ ପାକିସ୍ତାନୀ ସେନା

ଶ୍ରୀନଗର: ସୀମାରେ ବଢ଼ିବାରେ ଲାଗିଛି ଉତ୍ତେଜନା | ସ୍ଥିତି ଏମିତି ହୋଇଛି ଯେ ଦୁଇ ସେନାଙ୍କ ମଧ୍ୟରେ କିଛି ସ୍ୱତନ୍ତ୍ର ଦିନ ପରସ୍ପରକୁ ଦିଆଯାଉଥିବା ମିଠା ବଣ୍ଟନ ମଧ୍ୟ ବନ୍ଦ ହୋଇଯାଇଛି | ଦୀପାବଳି ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ମିଠା ବଣ୍ଟନ କରାଯାଇଥାଏ | ତେବେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଅସ୍ତ୍ରବିରତି ଉଲ୍ଲଙ୍ଘନ ପରେ ଭାରତୀୟ ସେନା ମଧ୍ୟ ପାକିସ୍ତାନର କିଛି ପୋଷ୍ଟକୁ ଉଡାଇଦେଇଥିଲା | ଏହାକୁ ନେଇ ଦୁଇ ସେନା ଏଥର କାହାକୁ ମିଠା ଦେଇନାହାଁନ୍ତି |

ମିଳିଥିବା ସୂଚନା ମୁତାବକ ପ୍ରୋଟୋକଲ ହିସାବରେ ପ୍ରତି ବର୍ଷ ଇସଲାମବାଦରେ ଥିବା ଭାରତୀୟ ହାଇ କମିଶନଙ୍କ ପକ୍ଷରୁ ଦୀପାବଳି ପାଇଁ ମିଠା ଦିଆଯାଇଥିଲା | ପ୍ରଥମେ ପାକିସ୍ତାନ ଆଇଏସଆଇ ପକ୍ଷରୁ ମିଠା ପ୍ୟାକେଟକୁ ଗ୍ରହଣ କରାଯାଇଥିଲେ ବି ପରେ ଫେରାଇଦିଆଯାଇଛି |

ଏଠାରେ ସୂଚନା ଥାଉ କି ଆଇଏସଆଇ ହେଉଛି ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଓ ପାକିସ୍ତାନର ସତ୍ତା-ରଣନୀତିରେ ପ୍ରଭାବ ରଖିଥାଏ | ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଛେଦ ପରେ ଦୁଇ ଦେଶ ମଧ୍ୟରେ ସ୍ଥିତି ବିଗିଡିଯାଇଛି | ପାକିସ୍ତାନ ବାରମ୍ବାର ଭାରତ ବିରୋଧୀ କାର୍ଯ୍ୟ କରିଆସୁଛି |

ସମ୍ବନ୍ଧିତ ଖବର