ନୂଆଦିଲ୍ଲୀ : ଏଥର ହଜ୍ ଯାତ୍ରା ମହଙ୍ଗା ହୋଇପାରେ। ଗତବର୍ଷ ତୁଳନାରେ ଖର୍ଚ୍ଚ ବୃଦ୍ଧି ପାଇବାର ସମ୍ଭାବନା ରହିଥିବାରୁ ଏହି ଅନୁମାନ କରାଯାଉଛି।
କରୋନା କାରଣରୁ ଆବେଦନ ଓ ଚୟନ ପରେ ମଧ୍ୟ ମକ୍କ-ମଦିନା ହଜ୍ ଯାତ୍ରାକୁ ବାତିଲ୍ କରିଦିଆଯାଇଥିଲା। ଏବେ ବି କରୋନା ପ୍ରକୋପ ଅପରିବର୍ତ୍ତିତ ରହିଛି। ତଥାପି, ୨୦୨୧ ମସିହା ପାଇଁ ହଜ୍ ଯାତ୍ରା ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସାଉଦି ଆରବ ଓ ହଜ୍ କମିଟି ଅଫ୍ ଇଣ୍ଡିଆ ଦ୍ବାରା ମଧ୍ୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସୂଚନା ଅନୁସାରେ, ହଜ୍ କମିଟି ଅଫ୍ ଇଣ୍ଡିଆ ପକ୍ଷରୁ ଏଥର ହଜ୍ ଯାତ୍ରା ପାଇଁ ୩.୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି। ଗତବର୍ଷ ତୁଳନାରେ ଏହି ଖର୍ଚ୍ଚ ପାଖାପାଖି ୮୫,୦୦୦ ଟଙ୍କା ଅଧିକ ହେବ ବୋଲି ଶୁଣିବାକୁ ମିଳୁଛି । ନୂଆ ନିର୍ଦ୍ଦେଶାବଳୀ ଅନୁସାରେ, ୨୦୨୧ ମସିହା ହଜ୍ ଯାତ୍ରା ପାଇଁ ୧୮ରୁ ୬୫ ବର୍ଷ ବୟସର ବ୍ୟକ୍ତିମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ୨,୧୩,୦୦୦ ଭାରତୀୟ ହଜ୍ପାଇଁ ଆବେଦନ କରିଥିଲାବେଳେ କରୋନା ମହାମାରୀ ଯୋଗୁଁ ବାତିଲ୍ କରାଯାଇଥିଲା। ୨୦୧୯ରେ ଓଡ଼ିଶାରୁ ୬୫୩ ଜଣ ହଜ୍ପାଇଁ ମକ୍କା-ମଦିନା ଯାଇଥିଲେ।