ନୂଆଦିଲ୍ଲୀ : ଏଥର ଭାରତ ଅନ୍ତରାଷ୍ଟ୍ରୀୟ ବିଜ୍ଞାନ ମେଳା (ଆଇଆଇଏସ୍ଏଫ୍)ର ଅନ୍ଲାଇନ୍ ଆୟୋଜନ କରାଯିବ। ବିଜ୍ଞାନ ମେଳାକୁ ଡିସେମ୍ବର ୨୨ ତାରିଖରୁ ୨୫ ତାରିଖ ମଧ୍ୟରେ ଆୟୋଜନ କରାଯିବାକୁ ନେଇ ନୂତନ ଭାବେ କାର୍ଯ୍ୟକ୍ରମ ପ୍ରସ୍ତୁତ କାରାଯାଉଥିବାର କେନ୍ଦ୍ର ବିଜ୍ଞାନ ଓ କାରିଗର ମନ୍ତ୍ରଣାଳୟର ସୁତ୍ରରୁ ଜଣାପଡିଛି। ସୁତ୍ର ଅନୁସାରେ ଆଇଆଇଏସ୍ଏଫ୍ରେ ପ୍ରାୟ ୨୫ ହଜାର ବୈଜ୍ଞାନିକ, ଗବେଷକ ଓ ବିଦ୍ୟାର୍ଥୀମାନେ ଅନ୍ଲାଇନ୍ ଜରିଆରେ ଭାଗ ନେବେ। ସାଂସଦ ଆଦର୍ଶ ଗ୍ରାମ ଗୁଡିକରୁ ଅଧିକରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ମେଳାରେ ଭାଗ ନେବା ପାଇଁ ସାଂସଦମାନଙ୍କୁ ଅନୁରୋଧ କରାଯାଇଛି। ଆଇଆଇଏସ୍ଏଫ୍ର ଷଷ୍ଠ ସଂସ୍କରଣ ପାଇଁ ଏକ ସ୍ବତନ୍ତ୍ର “ଆପ୍” ପ୍ରସ୍ତୁତ କରାଯିବ ଯାହା ଦ୍ବାରା ବିଜ୍ଞାନ ମେଳାର ସମସ୍ତ ସୂଚନା ଉପଲବ୍ଧ ହୋଇପାରିବ।
ଏଥର ଭାରତ ଅନ୍ତରାଷ୍ଟ୍ରୀୟ ବିଜ୍ଞାନ ମେଳା ଅନ୍ଲାଇନ୍ରେ ହେବ
/sambad/media/post_attachments/wp-content/uploads/2020/11/iisf-compressed-1.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)