ଏହି ଗାଁରେ ରହିଲେ ମିଳିବ ୩୮ ଲକ୍ଷ ଟଙ୍କା! କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଗାଁରେ ରହିବାକୁ ସରକାର ଦେବେ ୩୮ ଲକ୍ଷ ଟଙ୍କା | ଏହି ଗାଁରେ ରହିବାକୁ କାହିଁକି ମିଳିବ ଏତେ ଟଙ୍କା ? କେବେ ଭାବିଛନ୍ତି କି ? ଆଜି ଆମେ ଆପଣଙ୍କୁ ଏ ବାବଦରେ କହିବୁ | ତେବେ ଭାରତରେ ନୁହେଁ ବରଂ ଇଟାଲୀରେ ଏମିତି ଏକ ଗାଁ ଅଛି ଯେଉଁଠାରେ ରହିବାକୁ ୩୮.୬ ଲକ୍ଷ ଟଙ୍କା ମିଳିବ |ଇଟାଲୀର ସାଣ୍ଟୋ ଷ୍ଟେଫାନୋ ଡି ସେସାନୋ ନାମକ ଏକ ଗାଁ ରହିଛି | ଏହି ଗାଁର ଜନସଂଖ୍ୟା ହେଉଛି ମାତ୍ର ୧୧୫ | ଯେଉଁଥିରୁ ୧୩ ଜଣଙ୍କର ବୟସ ୨୦ ବର୍ଷରୁ କମ୍ ହୋଇଥିବାବେଳେ ୪୧ ଜଣଙ୍କର ବୟସ ୬୫ ବର୍ଷରୁ ଅଧିକ | ଆଉ ବର୍ତ୍ତମାନ ସ୍ଥାନୀୟ ପ୍ରଶାସନ ଏବେ ଏହି ଗାଁର ଆର୍ଥିକ ସ୍ଥିତିକୁ ବିକଶିତ କରିବାକୁ ଚାହୁଁଛି |

ଯାହାକି ଜନସଂଖ୍ୟା ବୃଦ୍ଧି ନକରି ସମ୍ଭବପର ନୁହେଁ ବୋଲି ପ୍ରଶାସନ ଜାଣିବାକୁ ପାଇଛି | ଆଉ ଜନସଂଖ୍ୟା ବଢାଇବା ପାଇଁ ଏହି ଗାଁରେ ରହିବାକୁ ଲୋକଙ୍କୁ ନିମନ୍ତ୍ରଣ କରାଯାଉଛି | ସ୍ଥାନୀୟ ମେୟର କହିଛନ୍ତି ଯେ ଆମେ ଗାଁକୁ ଜୀବନ୍ତ ରଖିବାକୁ ଚାହୁଁଛୁ | ତେବେ ଏହି ଗାଁରେ ରହିବାକୁ କିଛି ନିୟମ ମଧ୍ୟ ସ୍ଥିର କରାଯାଇଛି | ଏହି ନିୟମ ମୁତାବକ ଏହି ଗାଁରେ ଅତି କମରେ ୫ ବର୍ଷ ରହିବାକୁ ପଡିବ |

ଆଉ ପ୍ରଥମ ୩ ବର୍ଷ ପାଇଁ ଆପଣଙ୍କୁ ୬.୯୪ ଲକ୍ଷ ଟଙ୍କା ପ୍ରଦାନ କରାଯିବ | କେବଳ ଏତିକି ନୁହେଁ, ବ୍ୟବସାୟ ଆରମ୍ଭ କରିବା ପାଇଁ ଆପଣଙ୍କୁ ୧୭.୪୧ ଲକ୍ଷ ଟଙ୍କା (୨୦ ହଜାର ୟୁରୋ) ମଧ୍ୟ ମିଳିବ | ସେହିପରି ଯେଉଁମାନେ ଆବେଦନ କରିବେ ସେମାନଙ୍କ ବୟସ ୧୮-୪୦ ବର୍ଷ ମଧ୍ୟରେ ହୋଇଥିବାର ଆବଶ୍ୟକ | ଏହି ଯୋଜନା ପାଇଁ ସମସ୍ତେ ଆବେଦନ କରିପାରିବେ ନାହିଁ | ଯେଉଁମାନେ ଇଟାଲୀରେ ରୁହନ୍ତି ସେମାନେ ହିଁ ଆବେଦନ କରିପାରିବେ |

ସମ୍ବନ୍ଧିତ ଖବର