୧୮୮୩ରେ ଇଣ୍ଡୋନେସିଆରେ ହୋଇଥିଲା ଏହି ଆଗ୍ନେୟ-ଉଦଗୀରଣ, ହିରୋସୀମା ପରମାଣୁ ବୋମାଠାରୁ ୧୩ ହଜାର ଗୁଣ ଅଧିକ ଶକ୍ତିଶାଳୀ ଥିଲା ଏହାର ଶକ୍ତି

ଜାକାର୍ତ୍ତା : ଇଣ୍ଡୋନେସିଆରେ ହୋଇଥିବା ଆଗ୍ନେୟ ଉଦଗୀରଣ ଓ ତା ପରେ ଆସିଥିବା ସୁନାମୀ ଫଳରେ ମୃତ୍ୟୁ ସଂଖ୍ୟା ୨୨୨କୁ ବୃଦ୍ଧି ପାଇଛି । ଏହା ସହିତ ୮୪୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନେଇ ଦଃୁଖପ୍ରକାଶ କରିଛନ୍ତି । ପ୍ରାୟ ୯୦ ବର୍ଷ ତଳେ ଏହି ଅନକ କ୍ରାକାଟୋଆ ନାମକ ଏହି ଆଗ୍ନେୟଗିରି ସମୁଦ୍ର ମଧ୍ୟରୁ ଆତ୍ମପ୍ରକାଶ କରିଥିଲା । ଏହା ସମୁଦ୍ର ମଧ୍ୟରୁ ବାହାରି ଏବେ ସମୁଦ୍ର ପତନରୁ ପ୍ରାୟ ୩ ଶହ ମିଟର ଉତ୍ତରେ ରହିଛି ।

ତେବେ ଇଣ୍ଡୋନେସିଆରେ ସବୁଠୁ ପ୍ରଳୟଙ୍କରୀ ଆଗ୍ନେୟଉଦଗୀରଣ ଓ ସୁନାମୀ ହୋଇଥିଲା ୧୮୮୩ ମସିହାରେ । ଏହି ଘଟଣାରେ ପ୍ରାୟ ୩୬ ହଜାର ଲୋକ ପ୍ରାଣ ହରାଇଥିଲେ । ଏହା ଆଧୁନିକ ଯୁଗରେ ହୋଇଥିବା ସବୁଠାରୁ ଭୟଙ୍କର ଆଗ୍ନେୟଉଦଗୀରଣ ବୋଲି କୁହାଯାଏ । ଏହା ଏତେ ଶକ୍ତିଶାଳୀ ଥିଲା ଯେ ହିରୋସୀମାରେ ପଡିଥିବା ପରମାଣୁ ବୋମାଠାରୁ ଏହାର ଶକ୍ତି ପ୍ରାୟ ୧୩ ହଜାର ଗୁଣ ଅଧିକ ଥିଲା । ଏହା ଏତେ ଶକ୍ତିଶାଳୀ ଥିଲା ଯେ ଏହାର ପ୍ରଭାବରୁ ପରବର୍ତ୍ତି ୨ ମାସ ପାଇଁ ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୂତ ହୋଇଥିଲା । ଆଖପାଖର ସବୁ ଦ୍ୱୀପ ନଷ୍ଟ ହୋଇଯାଇଥିଲା । ବିଶ୍ୱ ପାଣିପାଗରେ ଆସିଥିଲା ଏକ ବଡ଼ ପରିବର୍ତ୍ତନ ।

ସମ୍ବନ୍ଧିତ ଖବର