ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ ଥେରେସା ମେ’ ତାଙ୍କ ସରକାରରେ ଦୁଇ ଜଣ ଭାରତୀୟ ବଂଶୋଦ୍ଭବ ସାଂସଦଙ୍କୁ ସାମିଲ କରିଛନ୍ତି। ଉକ୍ତ ଦୁଇ ସାଂସଦଙ୍କ ମଧ୍ୟରେ ରହିଛନ୍ତି ଇନଫୋସିସ୍ ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ରିଷି ସୁନକ୍ ଏବଂ ସୁଏଲା ଫର୍ଣ୍ଣାଣ୍ଡିସ୍। ଗତ ସୋମବାର ଦିନ ମେ’ ତାଙ୍କ ମନ୍ତ୍ରୀ ଏବଂ ସଚିବସ୍ତରୀୟ ଅଦଳବଦଳ କରିବା ସମୟରେ ଉଭୟଙ୍କୁ ମନ୍ତ୍ରୀ ପଦ ପ୍ରଦାନ କରାଯାଇଛି। ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ଅଧୀନରେ ଜଣେ ସଂସଦୀୟ ପୌର ଅନୁସଚିବ ଭାବେ ସରକାରରେ ପ୍ରବେଶ କରିଥିବା ସୁନକ୍ ପ୍ରଥମେ ୨୦୧୫ରେ ନର୍ଥ ୟୋର୍କସାୟରର ରିକମଣ୍ଡ୍ରୁ ନିର୍ବାଚିତ ହୋଇଥିଲେ ଏବଂ ପରେ ସେ ୨୦୧୭ ମସିହାରେ ପୁନଃ ନିର୍ବାଚିତ ହୋଇଥିଲେ। ଉଭୟ ସୁନକ୍ ଏବଂ ଫର୍ଣ୍ଣାଣ୍ଡିସ ବ୍ରେକ୍ଜିଟ୍ର ସମର୍ଥକ।
ଥେରେସା ସରକାରରେ ମନ୍ତ୍ରୀ ହେଲେ ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ରିଷି ସୁନକ୍
/sambad/media/post_attachments/wp-content/uploads/2018/01/narayan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)