ଥମାସ କୁରିଆନ ସବୁଠାରୁ ଧନୀ ଭାରତୀୟ ମ୍ୟାନେଜର, ୫ମରେ ଗୁଗୁଲ ସିଇଓ ସୁନ୍ଦର ପିଚାଇ

ମୁମ୍ବାଇ : ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ସମ୍ପତ୍ତି ପରିମାଣ ଗତ ଏକ ବର୍ଷ ମଧ୍ୟରେ ୭୯ ପ୍ରତିଶତ ବୃଦ୍ଧି ପାଇ ୫୯୦୦ କୋଟି ଟଙ୍କାରେ ପହଞ୍ଚିଛି ବୋଲି ଆଇଆଇଏଫଏଲ ହୁରୁନ ଧନୀ ତାଲିକାରେ କୁହାଯାଇଛି । ତେବେ ସେ ସବୁଠାରୁ ଧନୀ ଭାରତୀୟ ମ୍ୟାନେଜର ତାଲିକାର ୫ମ ସ୍ଥାନରେ ରହିଛନ୍ତି । ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ମଧ୍ୟ ସମାନ ପରିମାଣର ସଂପତ୍ତି ସହ ଏହି ତାଲିକାର ୫ମ ସ୍ଥାନରେ ରହିଛନ୍ତି ।

କିନ୍ତୁ ସମଗ୍ର ବିଶ୍ୱରେ ସବୁଠାରୁ ଧନୀ ଭାରତୀୟ କର୍ମଚାରୀ ହେଲେ ଗୁଗୁଲ କ୍ଲାଉଡ ଡିଭିଜନର ସିଇଓ ଥମାସ କୁରିଆନ । ସେ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୧୩୦୦ କୋଟି ଟଙ୍କା ରହିଛି । ୨ୟ ସ୍ଥାନରେ ରହିଛନ୍ତି ଆରିଷ୍ଟା ନେଟଓ୍ଵାର୍କ୍ସର ସିଇଓ ସିଇଓ ଜୟଶ୍ରୀ ଉଲ୍ଲାଲ । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୯୧୦୦ କୋଟି ଟଙ୍କା ରହିଛି । ୩ୟ ସ୍ଥାନରେ ଅଛନ୍ତି ମାଷ୍ଟରକାର୍ଡର ସିଇଓ ଅଜୟ ପାଲ ସିଂ ବାଙ୍ଗା । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୭୨୦୦ କୋଟି ଟଙ୍କା ରହିଛି । ୪ର୍ଥ ସ୍ଥାନରେ ରହିଛନ୍ତି ପାଲୋ ଆଲଟୋ କର୍ପୋରେସନର ସିଇଓ ନିକେଶ ଆରୋରା । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୬୫୦୦ କୋଟି ଟଙ୍କା ରହିଛି ।

ଏହି ତାଲିକା ଅନୁସାରେ ସାମଗ୍ରିକ ଭାବେ ଭାରତର ନଂ୧ ଧନୀ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନି । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୬ ଲକ୍ଷ ୫୮ ହଜାର ୪୦୦ କୋଟି ଟଙ୍କା ରହିଛି । ଗତ ବର୍ଷକ ମଧ୍ୟରେ ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୭୩ ପ୍ରତିଶତ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର