ହାଇଦ୍ରାବାଦ୍: ହାଇଦ୍ରାବାଦ୍ ପୁଲିସ୍ ଏକ ଅଭିନବ ଉଦ୍ୟମ କରି ଗମନାଗମନ ନିୟମ ପାଳନ କରୁଥିବା ଯାନବାହାନ ଚାଳକଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରିବ। ରଚକୋଣ୍ଡା ପୁଲିସ ଆୟୁକ୍ତ ଗୁରୁବାର ଏଠାରେ ‘ପେଟ୍ରୋଲ ଫର ହାପି ଡ୍ରାଇଭିଂ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।
ରଚକୋଣ୍ଡା ପୁଲିସ ଆୟୁକ୍ତ ମହେଶ ବି ଭାଗବତ ଦ୍ୱାରା ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମ ଅନୁସାରେ ଗମନାଗମନ ନିୟମ ପାଳନ କରିବା ଓ ବାହନ ଚଳାଇବା ସମୟରେ ସୁରକ୍ଷା ଉପାୟ କରୁଥିବା ଚାଳକଙ୍କୁ ଚୟନ କରିବେ।
ଭାଗବତ କହିଛନ୍ତି, ଏଯାଏଁ ପୁଲିସ ଯାତାୟତ ଉଲଂଘନ କରୁଥିବା ଲୋକଙ୍କୁ ଖୋଜିବା ଏବଂ ଜରିମାନା ଲଗାଇବା କାମ କରାଯାଉଥିଲା। ନିୟମ ଉଲଂଘନକାରୀଙ୍କର ବାହନ ଜବତ କରିବା ଉଦ୍ୟମ କରାଯାଉଥିଲା। ଏବେ ରଚକୋଣ୍ଡା ପୁଲିସ ଭାରତରେ ନିଜସ୍ୱ ଉଦ୍ୟମରେ ‘ପେଟ୍ରୋଲ ଫର ହାପି ଡ୍ରାଇଭିଂ’ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି, ଯେଉଁଥିରେ ନିୟମକୁ ପାଳନ କରୁଥିବା ଲୋକଙ୍କୁ ବଛାଯିବ।