ଯିଏ ବୁର୍ଖାକୁ ବିରୋଧ କରୁଛି ତାକୁ ନଗ୍ନ ବୁଲାଯାଉ : ସପା ନେତାଙ୍କ ବିବାଦୀୟ ବୟାନ

ଲକ୍ଷ୍ନୌ : ହିଜାବ ପ୍ରସଙ୍ଗରେ ଏକ ବିବାଦୀୟ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ଜମିରୁଲ୍ଲା ଖାଁ । ସେ କହିଛନ୍ତି ଯେ ଯେଉଁମାନେ ହିଜାବ ପିନ୍ଧିବାକୁ ବାରଣ କରୁଛନ୍ତି ସେମାନଙ୍କୁ ବଜାରରେ ନଗ୍ନ ବୁଲାଯିବା ଉଚିତ୍ ।

ମୋରାଦାବାଦର ଏକ କଲେଜରେ ବୁର୍ଖା ପିନ୍ଧିଥିବା କିଛି ଛାତ୍ରୀଙ୍କୁ ପ୍ରବେଶ ଅନୁମତି  ନ ମିଳିବା ପରେ ସେ ଏହି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ହିଜାବ ପିନ୍ଧିବାକୁ ବାରଣ କରୁଛନ୍ତି ସେମାନଙ୍କୁ ବଜାରରେ ନଗ୍ନ ବୁଲାଯିବା ଉଚିତ୍ । ଏପରି ହେଲେ ସେମାନେ ଜାଣିପାରିବେ ଯେ ବିନା ବସ୍ତ୍ରରେ ବାହାରେ ବୁଲିବା କିପରି ଲାଗେ । ଶରୀରକୁ ଆବୃତ ରଖିବା ଭାରତୀୟଙ୍କ ପରମ୍ପରା । ଆମେ ଗାଁଗଣ୍ଡାକୁ ଗଲେ ଦେଖିବା ଯେ ମା’ଭଉଣୀମାନେ ଓଢଣୀରେ ରହୁଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବୁର୍ଖାକୁ ନିଷିଦ୍ଧ କରିବା ଏକ ଅପରାଧ । ପିଲାମାନଙ୍କୁ ସେମାନଙ୍କ ଇଛା ଅନୁସାରେ ପୋଷାକ ପିନ୍ଧି କଲେଜକୁ ଯିବାକୁ ଅନୁମତି ଦିଆଯାଉ ଓ ସେମାନଙ୍କୁ ସେମାନଙ୍କ ଲକ୍ଷ୍ୟ ହାସଲ କରିବାକୁ ଦିଆଯାଉ । ଯଦି ବାହାରେ ନଗ୍ନ ବୁଲିବା ଏକ ଅପରାଧ, ତେବେ ପୋଷାକ ଖୋଲିବା ମଧ୍ୟ ଅପରାଧ ।

ମୋରାଦାବାଦର ହିନ୍ଦୁ କଲେଜରେ ବୁର୍ଖା ପିନ୍ଧି ଆସିଥିବା କିଛି ଛାତ୍ରୀଙ୍କୁ କଲେଜ କର୍ତ୍ତୃପକ୍ଷ ଅନୁମତି ଦେଇନଥିଲେ । ଏହାକୁ ନେଇ ବିବାଦ ଦେଖାଦେଇଛି ।

ସମ୍ବନ୍ଧିତ ଖବର