୭୫%ରୁ କମ୍‌ ରଖିଥିଲେ ବି ଆଇଆଇଟି ସୁଯୋଗ

ନୂଆଦିଲ୍ଲୀ : ଦ୍ବାଦଶ ଶ୍ରେଣୀରେ ୭୫ ପ୍ରତିଶତରୁ କମ୍‌ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଆଇଆଇଟି, ଏନ୍‌ଆଇଟି, ଆଇଆଇଆଇଟି, ଏସ୍‌ପିଏ ସମେତ ଦେଶର ୧୧୪ଟି ସରକାରୀ ବୈଷୟିକ କଲେଜର ସ୍ନାତକରେ ନାମଲେଖା ପାଇଁ ସୁଯୋଗ ସୃଷ୍ଟି କରାଯାଇଛି। ଏହି ସବୁ ଆଗଧାଡ଼ିର ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଦ୍ବାଦଶ ଶ୍ରେଣୀରେ ୭୫ ପ୍ରତିଶତ ମାର୍କ ଯୋଗ୍ୟତା ମାନଦଣ୍ଡ ପୂରଣ କରୁନଥିଲେ ଛାତ୍ରଛାତ୍ରୀମାନଙ୍କୁ ‘ଜଏଣ୍ଟ୍‌ ସିଟ୍‌ ଆଲୋକେସନ୍‌ ଅଥରିଟି-୨୦୨୩’ ରେ ଭାଗ ନେବ‌ାର ସୁଯୋଗ ମିଳିବ। ଏଥି ପାଇଁ ପୂର୍ବରୁ ଥିବା ନିୟମରେ ପରିବର୍ତ୍ତନ କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ନମ୍ବର ବୃଦ୍ଧି ପାଇଁ ଶିକ୍ଷା ବୋର୍ଡକୁ ଅନୁରୋଧ କରିଛନ୍ତି ସେମାନେ ମଧ୍ୟ କାଉନସେଳିଂରେ ଭାଗ ନେଇପାରିବେ। ଏହି ଛାତ୍ରଛାତ୍ରୀଙ୍କୁ ଜୁନ୍‌ ୧୯ ପୂର୍ବରୁ କାଉନସେଲିଂ ପାଇଁ ପଞ୍ଜୀକରଣ ଓ ଚଏସ୍‌ ଫିଲିଂ କରିବାକୁ ହେବ।

ସମ୍ବନ୍ଧିତ ଖବର