ନୋଏଡା: ଆକାଶରେ ଉଡ଼ିଲା ଏଲିଏନ | ଏଭଳି ଅଜବ ଖବର ଆସିଛି ଉତ୍ତରପ୍ରଦେଶରୁ | ଉତ୍ତରପ୍ରଦେଶ ଆକାଶରେ ଏକ ଅଜବ ଜିନିଷ ଉଡ଼ୁଥିବାର ଦେଖି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା | ତୁରନ୍ତ ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆକାଶରେ ଉଡୁଥିବା ଏଲିଏନ ଭଳି ଜିନିଷକୁ ଧରିଥିଲା, ଯାହା ପରେ ତାହା ଏଲିଏନ ନୁହେଁ ବରଂ ଆଇରନ ମ୍ୟାନ ଆକୃତିର ବେଲୁନ ବୋଲି ଜଣା ପଡ଼ିଥିଲା | ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଥିବା ଡାନକୌର ସହରରେ |
Business Todayପୁଲିସର କହିବା ମୁତାବକ, ଶନିବାର ଦିନ କେହି ଜଣେ ଆଇରନ ମ୍ୟାନ ଭଳି ଦିଶୁଥିବା ବେଲୁନରେ ପବନ ଭରି ଆକାଶରେ ଉଡାଇଦେଇଥିଲା | ବେଲୁନଟି କିଛି ବାଟ ଉଡିବା ପରେ ଏକ କେନାଲ କୂଳରେ ଯାଇ ପଡ଼ିଥିଲା | ବେଲୁନର ଅଧା ଅଂଶ କେନାଲ ପାଣିରେ ବୁଡି ରହିଥିବାରୁ ଏହା ପାଣିର ଲହଡିରେ ହଲିବାକୁ ଲାଗିଥିଲା, ଯାହାକୁ ଦୂରରୁ ସ୍ଥାନୀୟ ଲୋକେ ଦେଖି ଡରି ଯାଇଥିଲେ | ପରେ ପାଖକୁ ଯାଇ ଦେଖିବା ପରେ ତାହା ବେଲୁନ ବୋଲି ଜଣା ପଡ଼ିଥିଲା | ବେଲୁନର ଏଭଳି ଆକୃତି ଦେଖି ନଥିବା ଲୋକେ ଏହାକୁ ଦେଖି ଡରି ଯାଇଥିବା କହିଛି ପୁଲିସ | ତେବେ ଏହାକୁ କିଏ ଉଡ଼ାଇଥିଲା, ସେ ନେଇ ପୁଲିସ ପାଖରେ କୌଣସି ସୂଚନା ନାହିଁ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/t-144.jpg)