ଗୁଜରାଟ ପାଇଁ ହଜା‌ରେ କୋଟି ବାତ୍ୟା ସହାୟତା: ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ ୧୨ ଜିଲ୍ଲାରେ ୪୫ ମୃତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟରେ ତୌକ୍‌ତେ ବାତ୍ୟା ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଆକାଶ ମାର୍ଗରୁ ଅନୁଧ୍ୟାନ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି। ଗୁଜରାଟରେ ଉନା, ଜାଫରାବାଦ, ମହୁଆ ଆଦି ଅଂଚଳରେ ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ସବେକ୍ଷଣ କରିବା ପରେ ଅହମଦାବାଦରେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ।

ରିଲିଫ୍‌ ଏବଂ ପୁନର୍ବାସ କାର୍ଯ୍ୟକ୍ରମରେ ନିଆଯାଇଥିବା ଜରୁରୀ ପଦକ୍ଷେପଗୁଡ଼ିକ ସଂପର୍କରେ ପ୍ରଧାନମନ୍ତ୍ରୀ ଅବଗତ ହୋଇଥିଲେ। ପ୍ରଧାନମନ୍ତ୍ରୀ ବାତ୍ୟା ପ୍ରଭାବିତ ଅଂଚଳରେ ଥଇଥାନ ଓ ପୁନଃନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟକୁ ତତ୍କାଳ ୧ ହଜାର କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଗୁଜରାଟର ୧୨ ଜିଲ୍ଲାରେ ୪୫ ଜଣ ବାତ୍ୟାରେ ପ୍ରାଣ ହରାଇଥିବା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବାତ୍ୟା ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର