ନୂଆଦିଲ୍ଲୀ, : ଆସାମରେ ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ବିବାହ କରିଥିବା ହଜାର ହଜାର ଲୋକ ଆଗାମୀ ସପ୍ତାହରେ ଗିରଫ ହେବେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଗୁରୁବାର ଦିନ ନାଗାଓଁ ଜିଲ୍ଲାକୁ ଯାଇଥିବା ବେଳେ ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।
ଶର୍ମା କହିଛନ୍ତି, ଆସନ୍ତାକାଲିଠାରୁ ବାଲ୍ୟ ବିବାହରେ ସମ୍ପୃକ୍ତ ହଜାର ହଜାର ଲୋକ ଗିରଫ ହେବେ। ଆସନ୍ତା ୬-୭ ଦିନ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ଝିଅଙ୍କୁ ବିବାହ କରିଥିବା ଲୋକମାନେ ଗିରଫ ହେବେ । ନାଗାଓଁରେ ସର୍ବାଧିକ ୪୨ ପ୍ରତିଶତ ବାଲ୍ୟ ବିବାହ ହୋଇଛି। ଉଲ୍ଲେଖଯୋଗ୍ୟ, ଆସାମବରେ ବାଲ୍ୟ ବିବାହ ବିରୋଧରେ ମୋଟ୍ ୪,୦୦୪ଟି ମାମଲା ରୁଜୁ ହୋଇଛି।