ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ଦିନ ସନ୍ଧ୍ୟା ୮ଟା ପରେ ବେଆଇନ ଭାବେ ହଜାର ହଜାର ଭୋଟ୍ ଗ୍ରହଣ କରାଯାଇଥିବା କଥା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଅଭିଯୋଗ କରିଛନ୍ତି। ଅବଶ୍ୟ ଅଭିଯୋଗ ସଂକ୍ରାନ୍ତରେ ପୋଷ୍ଟ୍ କରିଥିବା ଟୁଇଟ୍ରେ ସେ କୌଣସି ପ୍ରମାଣ ଦେଇ ନାହାନ୍ତି।
ଟୁଇଟ୍ କରି ସେ ଲେଖିଛନ୍ତି, ନିର୍ବାଚନ ଦିବସ ମଙ୍ଗଳବାର ରାତି ୮ଟା ପରେ ବେଆଇନ ଭାବେ ହଜାର ହଜାର ଭୋଟ୍ ଗ୍ରହଣ କରାଯାଇଥିବାରୁ ପେନ୍ସିଲ୍ଭାନିଆ ଏବଂ ଅତି ସ୍ବଳ୍ପ ଭୋଟ୍ ବ୍ୟବଧାନ ଥିବା ରାଜ୍ୟମାନଙ୍କରେ ସହଜରେ ପୂରା ଫଳାଫଳ ଓଲଟି ଯାଇଛି। ଅନ୍ୟ ଏକ କଥା ହେଲା, ବେଆଇନ୍ ଭାବେ ହଜାର ହଜାର ଭୋଟ୍କୁ ଅଣଦେଖା କରାଯାଇଛି। ଏଥିପାଇଁ ମଧ୍ୟ ପେନ୍ସିଲ୍ଭାନିଆ ସମେତ ଅନେକ ରାଜ୍ୟରେ ନିର୍ବାଚନ ଫଳାଫଳ ବଦଳି ଯାଇଛି।
Image Courtesy of Sky Newsଅନ୍ୟ ଏକ ଟୁଇଟ୍ରେ ଟ୍ରମ୍ପ୍ କହିଛନ୍ତି, ଅନେକ ବାଜେ କଥା ଘଟିଛି। ଭୋଟ୍ ଗଣନା ପ୍ରକୋଷ୍ଠ ଦୁଆର ମୁହଁ ଟ୍ରାକ୍ଟର୍ଦ୍ବାରା ଅବରୋଧ କରାଯାଇଛି ଏବଂ ଝରକାଗୁଡ଼ିକରେ ମୋଟା କାର୍ଡବୋର୍ଡ ଲଗାଯାଇଛି। ଫଳରେ ପର୍ଯ୍ୟବେକ୍ଷକମାନେ ଗଣନା ପ୍ରକୋଷ୍ଠ ଭିତରକୁ ଚାହିଁପାରିଲେ ନାହିଁ। ଭିତରେ ଅନେକ ବାଜେ କଥା ଘଟିଛି। ସେଥିପାଇଁ ସବୁକିଛି ଓଲଟପାଲଟ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/trump-4.jpg)