ଇଜିପ୍ଟରେ ମମି ପାଖରୁ ମିଳିଛି ଏହି ଅଦ୍ଭୁତ ତରଳ ପଦାର୍ଥ, ତାକୁ ପିଇବା ପାଇଁ ଲୋକଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା 

କାଇରୋ : ଇଜିପ୍ଟ ଆଲେକଜାଣ୍ଡ୍ରିଆରେ ଏକ ୨ ହଜାର ବର୍ଷ ତଳର ମମି ଆବିଷ୍କାର ହୋଇଥିବା ସଂପର୍କରେ କିଛିଦିନ ତଳେ ଖବର ପ୍ରକାଶ ପାଇଥିଲା ।  ଏକ ପଥର କଫିନରେ ଥିବା ଏହି ମମିକୁ ଖୋଲିବାକୁ ଅନେକ ଲୋକ ବାରଣ କରୁଥିଲେ ମଧ୍ୟ ଏବେ ତାହାକୁ ଖୋଲାଯାଇଛି । କିନ୍ତୁ ଖୋଲାଯିବା ପରେ ଉକ୍ତ କଫିନ ଭିତରେ ମମିର କଙ୍କାଳ ସହ ଲାଲ ରଙ୍ଗର ତରଳ ପଦାର୍ଥ ଥିବା ଦେଖାଯାଇଛି । ଏବେ ଏହି ତରଳ ପଦାର୍ଥକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କେତେକ କହୁଛନ୍ତି ଏହି ତରଳ ପଦାର୍ଥ ଦେଇ ମମିକୁ ସଂରକ୍ଷିତ ରଖାଯାଇଥିଲା । କେତେକ କହୁଛନ୍ତି ଯେ ତାହା ହେଉଛି ତରଳ ମର୍କୁରି ।

ଆଉ କେତେକ କହୁଛନ୍ତି ଯେ ଏହା ଏକ ମନ୍ତ୍ରିତ ପାଣି ଯାହାକୁ ଉକ୍ତ ବ୍ୟକ୍ତିକୁ ସହଜରେ ସ୍ୱର୍ଗରେ ପହଞ୍ଚାଇବାକୁ ଉଦ୍ଦିଷ୍ଟ ଥିଲା । ଏଣୁ ଉକ୍ତ ପାଣିକୁ ପିଇବା ପାଇଁ ଲୋକମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ହଜାର ହଜାର ଲୋକ ଏହାକୁ ପାଇବା ପାଇଁ ବିପୁଳ ପରିମାଣରେ  ଅର୍ଥ ଯାଚୁଛନ୍ତି । ଏହି ମମି ଜୁସକୁ ପିଇଲେ ଦେଶରେ ଶକ୍ତି ଆସିବ ବୋଲି ସେମାନେ ମନେ କରୁଛନ୍ତି । ତେବେ ଇଜିପ୍ଟର ପ୍ରତ୍ନତତ୍ତ୍ୱ ମନ୍ତ୍ରାଳୟ କହିଛି ଏହା ସେଭଳି କୌଣସି ମନ୍ତ୍ରିକ ପାଣି ନୁହେଁ, ବରଂ ପଥର କଫିନ ଭିତରକୁ କୌଣସି କାରଣରୁ ପାଣି ପଶିଯାଇଛି ।

ସମ୍ବନ୍ଧିତ ଖବର