ଗୌହାଟୀ: ଘର କାମ ପାଇଁ ରଖିଥିବା ଜଣେ ନାବାଳିକାକୁ ନିର୍ଯାତନା ଦେବା ଏବଂ ଡଷ୍ଟ୍‌ବିନ୍‌ରେ ଖାଇବାକୁ ଦେଇଥିବା ଅଭିଯୋଗରେ ସେନାର ଜଣେ ଅଧିକାରୀ ଓ ତାଙ୍କ ସ୍ତ୍ରୀଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।

Advertisment

ପୁଲିସ କହିଛି, ଝିଅଟିର ଦାନ୍ତ ଭାଙ୍ଗିଯାଇଛି, ଦେହରେ ଚେଙ୍କ ଦାଗ ବି ଅଛି। ତା’ର ନାକ ହାଡ଼ ଭାଙ୍ଗି ଯାଇଥିବା ଏବଂ ଜିଭରେ କଟା ଚିହ୍ନ ଥିବା କଥା ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିଛି। ଅଧିକାଂଶ ସମୟରେ ଝିଅଟିକୁ ଉଲଗ୍ନ କରି ରଖାଯାଉଥିଲା।

ସଂଗୃହୀତ ସୂଚନା ‌ଅନୁସାରେ, ଉକ୍ତ ୧୬ ବର୍ଷୀୟ ଝିଅଟି ଖାଇବାକୁ ମାଗିବାରୁ ତାକୁ ଆବର୍ଜନା ‘ବିନ୍’ରେ ଖାଇବାକୁ ଦିଆଯାଉଥିଲା। ଝିଅଟି ଅଭିଯୋଗ କରିଛି ଯେ, ତାକୁ ଉଲଗ୍ନ କରି ଦେହରୁ ରକ୍ତ ବାହାରିବା ପର୍ଯ୍ୟନ୍ତ ମାଡ଼ ଦିଆଯାଉଥିଲା। ତା’ପରେ ଦେହରୁ ବୋହୁଥିବା ରକ୍ତକୁ ଚାଟିବାକୁ କୁହାଯାଉଥିଲା।

publive-image Image Courtesy of Media One

ଭୋଗିଥିବା ଯାତନା କଥା ବର୍ଣ୍ଣନା କରି ଝିଅଟି ଆହୁରି ମଧ୍ୟ କହଛି, ସେନା ଅଧିକାରୀଙ୍କ ସ୍ତ୍ରୀ ମତେ ଗୋଟାଏ କୋଠାରିରେ ପୂରାଇ ରଖୁଥିଲେ। ମୋ କେଶ ଟାଣି ବାଡ଼ାଉ ଥିଲେ। ଘରକାମରେ ମୋର ନିପୁଣତା ଦେଖି ସେ ଖୁବ୍‌ ରାଗି ଯାଇ ବେଲଣାକାଠିରେ ପିଟୁଥିଲେ।

କିନ୍ତୁ, ଅଭିଯୁକ୍ତ ଦମ୍ପତି କହିଛନ୍ତି ଯେ, ପାହାଚରୁ ପଡ଼ିଯିବାରୁ ଝିଅଟି କ୍ଷତାକ୍ତ ହୋଇଛି।

publive-image Image Courtesy of NDTV

ଦିମା ହା‌ସାଓ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ମୟଙ୍କ କୁମାର କହିଛନ୍ତି ଯେ, ‘ପୋକ୍‌ସୋ’ ଏବଂ ‘ଏସି/ଏସ୍‌ଟି’ ଆଇନ ଅନୁସାରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଭାରତୀୟ ସେନାରେ ଜଣେ ମେଜର୍‌। ନିଜ ପିଲାର ଦେଖାଶୁଣା କରିବା ପାଇଁ ସେ ଝିଅଟିକୁ କାମରେ ରଖିବା ସହିତ ପୋଷ୍ଟିଙ୍ଗ୍‌ ହୋଇଥିବା ହିମାଚଳ ପ୍ରଦେଶର ପାଲାମପୁରକୁ ନେଇଯାଇଥିଲେ। ସେଠାରେ ତାକୁ ୬ ମାସରୁ ଅଧିକ କାଳ ନିର୍ଯାତନା ଦିଆଯାଇଥିବା କଥା ଝିଅଟି ଅଭିଯୋଗ କରିଛି।

ସେମାନେ ଆସାମ ଫେରିବା ପରେ ଝିଅଟି ନିଜ ଘରକୁ ଯାଇ ନିର୍ଯାତନା କଥା ପରିବାର ଲୋକଙ୍କୁ କହିଥିଲା। ପରିବାର ଲୋକ‌େ ଥାନାରେ ଅଭିଯୋଗ କରି ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରାଇବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।