ନୂଆଦିଲ୍ଲୀ: କିଛି ଦିନ ତଳେ ଇସ୍ରାଏଲ ଦୂତାବାସ ବାହାରେ ବିସ୍ଫୋରକ ଗାଡି ବିସ୍ଫୋରଣ ଘଟଣାକୁ ନେଇ ସୁରକ୍ଷା ଏଜେନ୍ସିମାନେ ଏବେ ବି ତଦନ୍ତ କରୁଥିବାବେଳେ ମୁମ୍ବାଇର ସିଆରପିଏଫ(ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ) ମୁଖ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି। ଏହି ଇ-ମେଲରେ ଲେଖାଯାଇଛି ଯେ ଦେଶର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନ ବିପଦରେ ରହିଛି । ଏହା ସହିତ ସର୍ବସାଧାରଣ ସ୍ଥାନ, ମନ୍ଦିର ଏବଂ ବିମାନ ବନ୍ଦରରେ ଏକାଧିକ ବୋମା ବିସ୍ଫୋରଣ ହେବାର ଆଶଙ୍କା ରହିଛି।

Advertisment

ଏହି ଇମେଲଟି ଚାରିରୁ ପାଞ୍ଚ ଦିନ ପୂର୍ବରୁ ଆସିଥିବାବେଳେ ଏବେ ଅନୁସନ୍ଧାନ ପାଇଁ ଇମେଲଟିକୁ ଏନଆଇଏ ସମେତ ଗୁପ୍ତଚର ସଂସ୍ଥାକୁ ପଠାଯାଇଛି। ଦେଶର ସମସ୍ତ ପ୍ରମୁଖ ଏଜେନ୍ସିମାନେ ଏହାର ଅନୁସନ୍ଧାନରେ ନିୟୋଜିତ ଥିବାବେଳେ ଏହା କେଉଁଠାରୁ ଆସିଛି ଓ କିଏ ପଠାଇଛି ତାହାକୁ ନେଇ ତଦନ୍ତ ଚାଲିଛି।

Yogi Adityanath Meets To Home Minister Amit Shah. - यूपी के उपचुनाव व  मंत्रिमंडल विस्तार को लेकर अमित शाह से मिले योगी, कार्यवाहक अध्यक्ष भी रहे  मौजूद - Amar Ujala Hindi ... Amarujala

ସୂଚନା ଥାଉ ଯେ, ଗତ ବର୍ଷ ଅକ୍ଟୋବରରେ ଏନଆଇଏ କଣ୍ଟ୍ରୋଲ ରୁମକୁ ଏଭଳି ଏକ ଫୋନ କଲ ଆସିଥିଲା। ଅନୁସନ୍ଧାନରୁ ଜଣାପଡିଥିଲା ଯେ ଫୋନ କଲ ପାକିସ୍ତାନର କରାଚିରୁ ଆସିଥିଲା। ଏହି ଫୋନ କଲରେ ମୁମ୍ବାଇ ବନ୍ଦର ଉପରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଆକ୍ରମଣ କରିବାର ଯୋଜନା ଥିବାର କୁହାଯାଇଥିଲା। ତେବେ ଏହି ମାମଲାର ତଦନ୍ତ ଜାରି ରହିଛି।