ରାମ ମନ୍ଦିର ସ୍ଥଳକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ

ଅଯୋଧ୍ୟା : ଅଯୋଧାରେ ନିର୍ମାଣ ଚାଲିଥିବା ରାମ ମନ୍ଦିରକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଏଭଳି ଧମକ ନେଇ ହଇଚଇ ସୃଷ୍ଟି ହୋଇଛି। ରାମ ଜନ୍ମଭୂମି ଥାନା ଅଧିକାରୀ ସଂଜୀବ କୁମାର ସିଂହ କହିଛନ୍ତି ଯେ ରାମକୋଟ ଅଂଚଳ ସ୍ଥିତ ରାମଲଲା ସଦନ ମନ୍ଦିରରେ ରହୁଥିବା ମନୋଜ ନାମକ ଜଣେ ବ୍ୟକ୍ତିଙ୍କ ମୋବାଇଲ୍‌କୁ ଏହି ଧମକ କଲ୍‌ ଆସିଥିଲା। ପୁଲିସ ଏ ନେଇ ତଦନ୍ତ ଜାରି ରଖିଛି ଏବଂ କଲ୍‌ କରିଥିବା ବ୍ୟକ୍ତିକୁ ଠାବ କରିବା ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ଏହି ଫୋନ୍‌ କଲ୍‌ ସଂପର୍କରେ ଜଣାପଡ଼ିବା ପରେ ପୁଲିସ ଆଲର୍ଟରେ ରହିଛି ଏବଂ ଏବଂ ରାମ ଜନ୍ମଭୂମି ପରିସର ଅଂଚଳରେ ସୁରକ୍ଷା ବଢ଼ାଇ ଦିଆଯାଇଛି ।

ସମ୍ବନ୍ଧିତ ଖବର