ଅଜଣା ରୋଗରେ ପୀଡ଼ିତ ହେଲେ କଂଗ୍ରେସ ନେତା, ଭାଷଣ ଦେଇ ମନ ଜିଣୁଥିବା ସିଦ୍ଧୁ ଆଉ ହୁଏତ କହି ପାରିବେ ନାହିଁ କଥା!

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା ପଞ୍ଜାବ ନେତା ନବଜୋତ ସିଂହ ସିଦ୍ଧୁ ଏକ ଅଜଣା ରୋଗରେ ପୀଡିତ ହୋଇଛନ୍ତି, ତାଙ୍କ ବରାବର ସ୍ୱାସ୍ଥ୍ୟ ଯାଞ୍ଚ ଚାଲିଛି। ମନଜିଣା ଭାଷଣ ଦେଇ ଶ୍ରୋତାଙ୍କ ମନ ଜିଣୁଥିବା ସିଦ୍ଧୁ ଆଉ ହୁଏତ କଥା କହିବପାରିବେ ନାହିଁ ବୋଲି ଗୁରୁବାର ଖବର ପ୍ରକାଶ ପାଇଛି। ଡାକ୍ତର ନବଜୋତ ସିଂହଙ୍କୁ ତିନିରୁ ପାଞ୍ଚଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବିଶ୍ରାମ ନେବାକୁ କହିଛନ୍ତି। ଗତକିଛି ଦିନ ହେବ ସିଦ୍ଧୁ କଂଗ୍ରେସ ପକ୍ଷରୁ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନରେ ସାମିଲ ରହିଥିଲେ।

ଗୁରୁବାର ଏକ ପ୍ରକାଶିତ ରିପୋର୍ଟ ଅନୁଯାୟୀ କୁହାଯାଇଛି କି, ଗତ ୧୭ଦିନ ଧରି ସିଦ୍ଧୁ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ଥିଲେ। ଏହି ସମୟରେ ସେ ୭୦ରୁ ଊର୍ଧ୍ୱ ଜନସଭା କରିଥିଲେ। ଲଗାତାର ଭାବେ ନିର୍ବାଚନ ପ୍ରଚାର ଓ ଭାଷଣ ଦେବାର ପ୍ରଭାବ ତାଙ୍କ କଣ୍ଠ ଉପରେ ପଡ଼ିଛି। ସିଦ୍ଧୁଙ୍କ କଣ୍ଠସ୍ୱର ଉପରେ ବିପଦ ରହିଛି ବୋଲି ଡାକ୍ତର ତାଙ୍କର ଚିକିତ୍ସା କରି ସୂଚନା ଦେଇଛନ୍ତି। ତେଣୁ ଏବେ ସିଦ୍ଧୁକୁ ସମ୍ପୂର୍ଣ୍ଣ ଭାବେ ବିଶ୍ରାମ ଆବଶ୍ୟକ। ତାଙ୍କୁ କଥା କହିବାକୁ ବି ବାରଣ କରାଯାଇଛି।

ଏକ ଅଧିକାରୀ ରିପୋର୍ଟ ଅନୁଯାୟୀ, ବାରମ୍ବାର ବିମାନ ଓ ହେଲିକପ୍ଟରରେ ଯାତ୍ରା ହେତୁ ତାଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡ଼ିଛି।  କାରଣ କିଛିବର୍ଷ ପୂର୍ବେ ବିମାନ ଯାତ୍ରା ହେତୁ ଡିପ୍‌ ବ୍ରେନ୍‌ ଥ୍ରୋମ୍ବୋସିସ୍‌ (ଡିବିଟି)ରେ ସେ ପୀଡିତ ହୋଇଥିଲେ।

ସମ୍ବନ୍ଧିତ ଖବର