ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ପ୍ରତି ବିପଦ ରହିଛି। ତାଙ୍କ ଉପରେ ରାସାୟନିକ ଆକ୍ରମଣ ହେବାର ଧମକ ଦିଆଯାଇଛି। ତେବେ ପ୍ରଧାନମନ୍ତ୍ରୀଙ୍କ ଉପରେ ରାସାୟନିକ ଆକ୍ରମଣ ଧମକ ଦେଇଥିବା ଅଭିଯୁକ୍ତକୁ ଏବେ ପୁଲିସ ଗିରଫ କରି ସାରିଛି। ସୂଚନାନୁଯାୟୀ ଅଭିଯୁକ୍ତ କାଶୀନାଥ ମଣ୍ଡଳ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରେ। ସେ କୌଣସି ଏକ ସୂତ୍ରରୁ ନୂଆଦିଲ୍ଲୀ ସ୍ଥିତ ଏନ୍ଏସ୍ଜି କଣ୍ଟ୍ରୋଲ୍ ରୁମ୍୍ ନମ୍ବର ଯୋଗାଡ଼ କରି ଉକ୍ତ ନମ୍ବରରେ ଫୋନ୍ କରିଥିଲା ଏବଂ ପ୍ରଧାନମନ୍ତ୍ରୀଙ୍କ ଉପରେ ରାସାୟନିକ ଆକ୍ରମଣର ଧମକ ଦେଇଥିଲା।
ମୋଦୀଙ୍କୁ ରାସାୟନିକ ଆକ୍ରମଣ ଧମକ, ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2018/07/arrest-bccl1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)