କେଜ୍ରିୱାଲ୍‌ଙ୍କ ଝିଅକୁ ଅପହରଣ ଧମକ:ଆଇଏଏସ୍‌ ଆଶାୟୀ ଅଟକ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ‌କେଜ୍ରିୱାଲ୍‌ଙ୍କ ଝିଅକୁ ଅପହରଣ ଧମକ ଦେଇଥିବା ଅଭି‌ଯୋଗରେ ଜଣେ ଆଇଏଏସ୍‌ ଆଶାୟୀ ଏବେ ଦିଲ୍ଲୀ ପୁଲିସ ଦ୍ବାରା ଅଟକ ରହିଛନ୍ତି। ପ୍ରାୟ ୨୫ ବର୍ଷ ବୟସରଏହି ଯୁବକ ଜଣଙ୍କୁ ରାଏବରେଲିରୁ ଦିଲ୍ଲୀ ଅଣାଯାଇଛି। ଜ‌ଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁଯାୟୀ ଅପହରଣ ଧମକ ଦେଇଥିବା ଉକ୍ତ ଯୁବକ ଜଣଙ୍କ ଜଣେ ଗ୍ରାଜୁଏଟ୍‌। ସେ ‌ଦେଢ଼ ବର୍ଷ ହେବ ଦିଲ୍ଲୀରେ ରହି ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ତେବେ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଅଫିସ୍‌କୁ ୨ରୁ ୩ଟି ଧମକପୂର୍ଣ୍ଣ ଇମେଲ୍‌ ଆସିଥିଲା। ‌କେଜ୍ରିୱାଲ୍‌ଙ୍କ ଝିଅଙ୍କୁ ଅପହରଣ ପାଇଁ ଉକ୍ତ ଇମେଲ୍‌ ମାଧ୍ୟମରେ ଧମକ ଦିଆଯାଇଥିଲା। ଏଭଳି ଧମକପୂର୍ଣ୍ଣ ଇମେଲ୍‌ ଦେବାରେ ଆଇଏଏସ୍‌ ଆଶାୟୀ ଜଣଙ୍କ ସମ୍ପୃକ୍ତ ଥିବାରୁ ତାଙ୍କୁ ଅଟକ ରଖାଯାଇଛି। ଏଯାବତ୍‌ ସେ ଗିରଫ ହୋଇନାହାନ୍ତି। କେଉଁ ପରିସ୍ଥିତିରେ ସେ ଏଭଳି ମେଲ୍‌ ଦେଇଥିଲେ ତାହାର ଖୋଳତାଡ଼ ଚାଲିଛି।

ସମ୍ବନ୍ଧିତ ଖବର