ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୁଲିସ୍କୁ ହ୍ୱାଟ୍ସ୍ଆପ୍ରେ ଜଣେ ବ୍ୟକ୍ତି ଧମକ ଦେଇଛି ଯେ ସେ ଏକ ବୋମା ପକାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବ। ଉତ୍ତରପ୍ରଦେଶ ପୁଲିସ୍ର ସୋସିଆଲ ମିଡିଆ ସେଲ୍କୁ ଗୁରୁବାର ମଧ୍ୟରାତ୍ରିରେ ଏହି ବାର୍ତ୍ତା ମିଳିଛି। ସେହି ପ୍ରେରକ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ମୁସଲମାନ ବିରୋଧୀ ବୋଲି ଅଭିଯୋଗ କରିଛି। ଜଣେ ଅଜ୍ଞାତ ବ୍ୟକ୍ତି ବିରୋଧରେ ପୁଲିସ୍ ଏତଲା ରୁଜ୍ଜୁ କରିଛି।
ଭାରତୀୟ ଦଣ୍ଡବିଧିର ଧାରା ୫୦୫(୧)(ଖ) ଅଧୀନରେ ରାଜ୍ୟ ବିରୋଧରେ ସର୍ବସାଧାରଣରେ ଅପରାଧ ଘଟାଇବାର ଚେତାବନୀ ମାମଲା, ଧାରା ୫୦୬ ଅଧୀନରେ ମୃତ୍ୟୁର କାରଣ ହେବାର ଧମକ ଦେବା ମାମଲା ଏବଂ ଧାରା ୫୦୭ ଅଧୀନରେ ଧମକ ପାଇଁ ବାର୍ତ୍ତା ପ୍ରେରଣ କରିବା ମାମଲା ହୋଇଛି। ସ୍ଥାନୀୟ ଗୋମତୀନଗର ଥାନାର ଇନ୍ସ୍ପେକ୍ଟର ଧୀରଜ କୁମାର ଏତଲା ଦାଏର କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ୟୁପି-୧୧୨ର ହ୍ୱାଟ୍ସଆପ୍ ନମ୍ବର୭୫୭୦୦୦୦୧୦୦କୁ ଗୁରୁବାର ଦିନ ୧୨.୩୨ରେ ଏହି ବାର୍ତ୍ତା ଆସିଥିଲା। ସେଭଳି ବାର୍ତା ଆସିଥିବା ନେଇ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ଅସୀମ ଅରୁଣ ସୁନିଶ୍ଚିତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/Yogi-to-set-up-tribunal-to-claim-damages-from-riot-accused-1280x720.jpg)