‘ଯେ କୌଣସି ନିର୍ବାଚନୀ ରାଲିରେ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହତ୍ୟା କରି ପାରେ’, ଫେସ୍‌ବୁକ୍‌ରେ ଏଭଳି ଧମକ ମିଳିବା ପରେ ଚିନ୍ତାରେ ପୁଲିସ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନରେ କେଉଁ ଦଳ ନିଜର ସରକାର ଗଢ଼ିବ ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକର ଖବର ସମସ୍ତଙ୍କୁ ଚମକାଇ ଦେଇଛି । କିଛି ଦିନ ତଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜନସଭାକୁ ଆକ୍ରମଣ କରିବାର ଧମକ ଦେବା ସହ ପାକିସ୍ତାନ ଜିନ୍ଦାବାଦ୍‌ ନାରା ଲଗାଯାଇଥିବା ଏକ ପୋଷ୍ଟ ସାମ୍ନାକୁ ଆସିଥିଲା । ଯାହା ପରେ ପୁଲିସ ସେ ନେଇ ତଦନ୍ତ ଆରମ୍ଭ କରି ଦେଇଥିଲା । ଏବେ ପୁଣି ସେହି ଫେସ୍‌ବୁକ୍‌ ଆଇଡିରୁ ମୋଦୀଙ୍କୁ ହତ୍ୟା ଧମକ ମିଳିବା ପରେ ଏବେ ଚିନ୍ତାରେ ପୁଲିଲ ଟିମ୍‌ ।

ସୂଚନା ମୁତାବକ, ଯୋଗୀ ଆଦିତ୍ୟନାଥଙ୍କ ଜନସଭାରେ ଆକ୍ରମଣ କରିବା ପୋଷ୍ଟ କରାଯିବା ପରେ ପୁଲିସ ତଦନ୍ତ କରି ନକଲି ଆଇଡି ଚଳାଉଥିବା ଅଭିଯୁକ୍ତକୁ ଠାବ କରିଥିଲା । ଦହଗଓ୍ଵା ନିବାସୀ ଅଜୟପାଲଙ୍କ ପୁତ୍ର ରତନଲାଲଙ୍କ ମୋବାଇଲ୍‌ରୁ ଏଭଳି ପୋଷ୍ଟ କରାଯାଉଥିବା ଜାଣି ଜରିଫନଗର ପୁଲିସ ରତନଲାଲଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ରତନଲାଲଙ୍କୁ ପୁଲିସ ଷ୍ଟେସନ ଡ଼କାଇଥିଲା । କିନ୍ତୁ ଏହା ପରେ ମଧ୍ୟ ବୁଧବାର ପୁଣି ସେହି ଆଇଡିରୁ ମୋଦୀଙ୍କୁ ଜୀବନରୁ ମାରିବାର ଧମକ ମିଳିଥିଲା ।

The Indian Express

କରାଯାଇଥିବା ପୋଷ୍ଟରେ, “ମୋର କେହି କିଛି କରି ପାରିବେ ନାହିଁ । ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଯେ କୌଣସି ନିର୍ବାଚନୀ ରାଲିରେ ହତ୍ୟା କରି ପାରେ । ମୁଁ ଗର୍ବରେ କହୁଛି, ପାକିସ୍ତାନ ଜିନ୍ଦାବାଦ୍‌” ବୋଲି ଲେଖା ଯାଇଥିଲା । ଏଭଳି ପୋଷ୍ଟ ସାମ୍ନାକୁ ଆସିବା ପରେ ପୁଲିସ ଏବେ ଗିରଫ କରିଥିବା ରତନଲାଲଙ୍କୁ ଅଟକାଇ ପଚରାଉଚରା ଜାରି ରଖିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର