ମହିଳାଯାତ୍ରୀଙ୍କ ସହ ଦୁର୍ବ୍ୟବହାର କରି ଏୟାର୍‌ ଏସିଆ ବିମାନର ତିନି କର୍ମଚାରୀ ଗିରଫ

ବେଙ୍ଗାଲୁରୁ: ନଭେମ୍ବର ୩ ତାରିଖ ଦିନ ରାଞ୍ଚିରୁ ବେଙ୍ଗାଲୁରୁ ଯାଉଥିବା ଜଣେ ୨୮ ବର୍ଷୀୟ ମହିଳାଙ୍କ ସହ ଦୁର୍ବ୍ୟବହାର କରି ଏୟାର୍‌ ଏସିଆର ତିନି ଜଣ କର୍ମଚାରୀ ଗିରଫ ହୋଇଛନ୍ତି।

ସନମିତ କରାଣ୍ଡିକର, କାଇଜାଦ ସନ୍‌କୋଟ୍‌ ଏବଂ ଜିତିନ ରବୀନ୍ଦ୍ରନ ଦୁର୍ବ୍ୟବହାର ପ୍ରଦର୍ଶନ, ଯୌନ ଉତ୍ପୀଡ଼ନ ଏବଂ ଜଣେ ମହିଳାଙ୍କୁ ବେଇଜ୍ଜତ୍‌ କରିଥିବା ମାମଲାର ସମ୍ମୁଖୀନ ହୋଇଛନ୍ତି।

ସେ ଯାହାହେଉ, ମହିଳା ଜଣକ କ୍ୟାବିନ୍‌ କ୍ରୁ ଏବଂ ଜଣେ ବରିଷ୍ଠ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରିଥିବା କଥା ଏୟାର୍‌ ଲାଇନ୍‌ ପାଲଟା ଅଭିଯୋଗ କରିଛି।

ପୁଲିସ କହିଛି କେନ୍ଦ୍ରୀୟ ବେଙ୍ଗାଲୁରୁସ୍ଥିତ ନିୟୁ ବିଇଏଲ୍‌ ରୋଡ୍‌ବାସିନୀ ସେ ମହିଳା ଘଟନା ଘଟିବାର ଚାରିଦିନ ପରେ ଅର୍ଥାତ୍‌ ମଙ୍ଗଳବାର ଦିନ ଅଭିଯୋଗ ଦାଏର କରିଥିଲେ।

ସେ ନଭେମ୍ବର ୩ ତାରିଖ ରାତି ପ୍ରାୟ ୯ଟା ୧୫ ମିନିଟ୍‌ ସମୟରେ ରାଞ୍ଚିଠାରେ ଏୟାର୍‌ ଏସିଆ ବିମାନ (୧୫୮୫) ଆରୋହଣ କରି ମଧ୍ୟରାତ୍ରୀର ଟିକିଏ ପରେ ନଭେମ୍ବର ୪ ତାରିଖ ଦିନ ବେଙ୍ଗାଲୁରୁରେ ପହଞ୍ଚିଥିଲେ। ତାଙ୍କ ଅଭିଯୋଗ ଅନୁସାରେ, ଟଏଲେଟ୍‌ ଅପରିଚ୍ଛନ୍ନ ହୋଇଥିବା କଥା ସେ ଅଭିଯୋଗ କରିବାରୁ ସମଗ୍ର ଯାତ୍ରାକାଳରେ କର୍ମଚାରୀମାନେ ତାଙ୍କୁ ହଇରାଣ ହରକତ କରିଥିଲେ। ଯାତ୍ରାକାଳରେ ବିମାନ ଅଟକି ଥିବା ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ପୋର୍ଟରେ ମଧ୍ୟ ସେମାନଙ୍କ ଆଚରଣ ଦତନୁରୂପ ଥିଲା ବୋଲି ସେ ଦର୍ଶାଇଛନ୍ତି।

Image Courtesy of Newsfirst

ବିମାନର ଓ୍ଵାସ୍‌ରୁମ୍‌ ଅପରିଚ୍ଛନ୍ନ ଥିବା ଦେଖି ମୁଁ କ୍ୟାବିନ୍‌ କ୍ରୁମାନଙ୍କୁ ଜଣାଇଲି। ଷ୍ଟେଓ୍ଵାର୍ଡ ସନ୍‌ମିତ୍‌ କୁମାର ମୋତେ ପାଟି କରି କହିଲେ ଯେ ସେମାନେ ଏହାକୁ ପରିଷ୍କାର କରି ସାରିଛନ୍ତି। ତା’ପରେ ମତେ ସେମାନେ ସିଟ୍‌କୁ ଫେରି ଯିବାକୁ ଆଦେଶ ଦେଲେ। ତାଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ଏ କଥା ଜଣାଇବାକୁ ବିମାନ ଛାଡ଼ିବା ପୂର୍ବରୁ ମୁଁ ମୋ ଭଉଣୀ ଫୋନ୍‌ କରିବାକୁ ଚେଷ୍ଟା କଲି। ସେତେବେଳେ ସନମିତ ମୋତେ ଗାଳିଦେଲେ ବୋଲି ସେ ମହିଳା ଜଣକ କହିଛନ୍ତି।

ପରେ ସେ ଚା ପରିବେଷଣ କରିବାକୁ ଆସିଲାବେଳେ ମହିଳା ଜଣକ ତାଙ୍କୁ ତାଙ୍କ ଆଚରଣ ସମ୍ବନ୍ଧରେ ପଚାରିବାରୁ ସେ କଠୋର ଭାବରେ କହିଲେ, ବିମାନ ତାଙ୍କର ଏବଂ ସେ ତାଙ୍କର ଆଦେଶ ମାନିବା ଉଚିତ। ମହିଳା ଯାତ୍ରୀ କହନ୍ତି: ସେ ବିମାନ କର୍ମଚାରୀ ତାଙ୍କୁ ବେଙ୍ଗାଲୁରୁ ଠାରେ ରନ୍‌େଓ୍ଵକୁ ଘୋଷାରି ଘୋଷାରି ନେଇ ସେ କ୍ଷମା ଯାଚନା କଲା ନ ଯାଏ ଅଟକ ରଖିଥିଲେ।

ଘଟନା ସଂକ୍ରାନ୍ତରେ ଏକ ବିବୃତି ଦେଇ ଏୟାର୍‌ ଏସିଆ କହିଛି: ଆମେ ବିମାନବନ୍ଦର ଥାନାରେ ଅଭିଯୋଗ ଦାଏର କରିଛୁ ଏବଂ ପରଦିନ ଡିଜିସିଏଙ୍କୁ ଘଟନା ସଂକ୍ରାନ୍ତରେ ଅବଗତ କରାଇଛୁ। ସେଥିରେ ଉଲ୍ଲେଖ ଅଛି କି, ରାଞ୍ଚି ବିମାନ ବନ୍ଦରରୁ ବିମାନଟି ଉଡ଼ାଣ ଆରମ୍ଭ କରିବାକୁ ଯାଉଥିବାବେଳେ ମହିଳା ଯାତ୍ରୀ ଜଣକ ଫୋନ୍‌ରେ କଥାବାର୍ତ୍ତା କରୁଥିଲେ। ନିରାପତ୍ତା ଦୃଷ୍ଟିରୁ ତାଙ୍କୁ ଫୋନ୍‌ ସୁଇଚ୍‌ ଅଫ୍‌ କରିବାକୁ କୁହାଯାଇଥିଲା।

Image Courtesy of ZeeNews

ସେ ନ ଶୁଣିବାରୁ ଫୋନ୍‌ ସୁଇଚ୍‌ ଅଫ୍‌ କରିବାକୁ ତାଙ୍କୁ ବାରମ୍ବାର କୁହାଯାଇଥିଲା। ତେଣୁ ସେ ମହିଳା ଯାତ୍ରୀ ଜଣକ ବରିଷ୍ଠ କ୍ୟାବିନ୍‌ କ୍ରୁଙ୍କୁ ଗାଳି ଦେଇଥିଲେ।

ଏହି ମାମଲା ଏୟାର୍‌ପୋର୍ଟ ପୁଲିସଙ୍କୁ ହସ୍ତାନ୍ତର କରାଯିବ।

ସମ୍ବନ୍ଧିତ ଖବର