ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ଙ୍କ ଝିଅଙ୍କୁ ୩୪୦୦୦ ଟଙ୍କା ଠକିଥିବା ତିନି ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ଝିଅଙ୍କୁ ଠକିଥିବାରୁ ଦିଲ୍ଲୀ ପୁଲିସ ତିନିଜଣଙ୍କୁ ଗିରଫ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ଝିଅଙ୍କୁ ଠିକିଥିବା କାରଣରୁ ସାଜିଦ, କପିଳ ଏବଂ ମାନବେନ୍ଦ୍ର ନାମରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଇ-କମର୍ସ ସାଇଟ୍‌ରେ ଜାଲ୍‌ ଆକାଉଣ୍ଟ୍‌ ଖୋଲୁଥିବା ଜଣେ ମୁଖ୍ୟ ଅଭିଯୁକ୍ତ ସମ୍ପ୍ରତି ଫେରାର ହୋଇଯାଇଛନ୍ତି।
ଅନ୍‌ଲାଇନ୍‌ରେ ଗୋଟାଏ ବ୍ୟବହୃତ ସୋଫା ବିକ୍ରୟ କରିବା ଲାଗି ଉଦ୍ୟମ କରୁଥିବା ବେଳେ ଫେବ୍ରୁଆରି ୭ ତାରିଖ ଦିନ କେଜ୍ରିଓ୍ଵାଲ୍‌ଙ୍କ ଝିଅ ୩୪, ୦୦୦ ଟଙ୍କା ଠକାମିର ସରବ୍ୟ ହୋଇଥିଲେ।

Image Courtesy of Hindustan Times

ଦିଲ୍ଲୀ ପୁଲିସ କହିବା ଅନୁସାରେ, ସିଭିଲ୍‌ ଲାଇନ୍‌ ଥାନାରେ ଠକାମି ମାମଲା ରୁଜୁ କରାଯାଇଥିଲା। ଗ୍ରାହକ ସାଜିଥିବା ବ୍ୟକ୍ତିଜଣକ କେଜ୍ରିଓ୍ଵାଲ୍‌ଙ୍କ ଝିଅଙ୍କ ଆକାଉଣ୍ଟ୍‌କୁ ସ୍ୱଳ୍ପ ପରିମାଣର ଅର୍ଥ ପଠାଇ ଏକ ବାର୍‌ କୋର୍ଡ ସ୍କାନ୍‌ କରିବାକୁ କହିଥିଲେ। ସେ ବାର୍‌କୋଡ୍‌ ସ୍କାନ୍‌ କରିବା ପରେ ଦୁଇଟି କିସ୍ତିରେ ତାଙ୍କ ଆକାଉଣ୍ଟ୍‌ରୁ ଯଥାକ୍ରମେ ୨୦, ୦୦୦ ଏବଂ ୧୪୦୦୦ ଟଙ୍କା ଉଠିଯାଇଥିଲା।

ସମ୍ବନ୍ଧିତ ଖବର