ମାରାତ୍ମକ କରୋନାଭାଇରସ୍‌କୁ ନେଇ ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାର କରିବା ମହଙ୍ଗା ପଡ଼ିଲା; ୩ ଗିରଫ

ତିରୁବନନ୍ତପୁରମ: ମାରାତ୍ମକ କରୋନାଭାଇରସ୍‌କୁ ନେଇ ସମଗ୍ର ଦୁନିଆ ଭୟଭୀତ ଥିବା ବେଳେ ଏନେଇ କିଛି ଅସାମାଜିକଲୋକ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ମିଥ୍ୟା ଓ ଗୁଜବ ଖବର ପ୍ରଚାର କରୁଛନ୍ତି। ଯାହାକୁ ନେଇ କୌଣସି ସତ୍ୟତା ନଥିଲେ ବି ଲୋକମାନେ ଭୟ କରି ଯାଉଛନ୍ତି।

ଏଭଳି ପରିସ୍ଥିତିରେ କରୋନାଭାଇରସ୍‌ ନେଇ ଗୁଜବ ଖବର ପ୍ରଚାର କରିବା ଅପରାଧରେ ପୁଲିସ କେରଳର ତିନିଜଣଙ୍କୁ ଗିରଫ କରିଛି। ଏନେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ରବିବାର ସୂଚନା ଦେଇଛନ୍ତି। ଗିରଫ ତିନିଜଣଙ୍କ ନାମ ସାଫି, ସାରାଜୁଦ୍ଦିନ୍‌ ଓ ସାବରି ବୋଲି ଜଣାପଡ଼ିଛି।

ଏଥିସହିତ କରୋନାଭାଇରସ୍‌କୁ ନେଇ ସୋସିଆଲ ମିଡିଆରେ ମିଥ୍ୟା ପ୍ରଚାର କରୁଥିବା ନେଇ ଆଉ ଜଣଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି। ତାର ନାମ ଅନିଶ ଜଜ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଏଥିଛଡ଼ା ଅନ୍ୟ ୬ଜଣ ବି ଏଭଳି ମିଥ୍ୟା ଖବର ପ୍ରଚାର କରୁଥିବାର ନେଇ ପୁଲିସ ଟ୍ରାକ୍‌ କରିଛି।

केरल में कोरोना वायरस के बारे में अफवाह फैलाने वाले 3 लोग गिरफ्तार

ଗତଶନିବାର ସୁଦ୍ଧା ଚୀନ୍‌ରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ୨୫୯ରେ ପହଞ୍ଚିଥିବା ବେଳେ ଆହୁରି ୧୪୩୦୦ ଜଣ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରବିବାର କେରଳରେ ଦ୍ୱିତୀୟ କରୋନାଭାଇରସ୍‌ ଆକ୍ରାନ୍ତ ରୋଗୀ ଚିହ୍ନଟ କରାଯାଇଛି। ଏହି ରୋଗୀ ଜଣକ ଚୀନ ଯାତ୍ରା କରିଥିଲେ। ତାଙ୍କ ଶରୀରରେ କରୋନାଭାଇରସ୍‌ ଚିହ୍ନଟ ହେବା ପରେ ଆଇସୋଲେସନ୍‌ ଓ୍ଵାର୍ଡରେ ରଖାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ଚିକିତ୍ସକମାନେ ତାଙ୍କୁ ଅନୁଧ୍ୟାନ କରୁଛନ୍ତି।

ଏହାପୂର୍ବରୁ କେରଳରେ ଭାରତର ପ୍ରଥମ କରୋନାଭାଇରସ୍‌ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ଚୀନରେ ଏହି ଭାଇରସ ବ୍ୟାପିବା ଭୟରେ ସବୁ ଦେଶ ନିଜନିଜ ନାଗରିକଙ୍କୁ ସେଠାରୁ ଆଣିବାର ବନ୍ଦୋବସ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର