ଗୌହାଟୀ: ଆସାମ୍ର କରିମଗଂଜ ଜିଲ୍ଲାରେ ଗତରାତିରେ ୩ ଜଣ ବାଲାଂଦେଶୀଙ୍କୁ ଗାଈ ଚୋରି ଅଭିଯୋଗରେ ପିଟିପିଟି ହତ୍ୟା କରାଯାଇଛି। ଭାରତ-ବାଂଲାଦେଶ ସୀମା ନିକଟସ୍ଥ ପଥରଖଣ୍ଡି ଥାନା ଅଧୀନସ୍ଥ ଭୁବ୍ରିଘାଟ ଟି ଇଷ୍ଟେଟ୍ ନିକଟରେ ଏହି ଘଟଣା ଘଟିଛି। ବାଂଲାଦେଶରୁ ୭ ଜଣ ସଦସ୍ୟ ଗାଈ ଚୋରି କରିବାକୁ ସମ୍ପୃକ୍ତ ଅଞ୍ଚଳକୁ ପ୍ରବେଶ କରିଥିଲେ। ତେବେ ଏମାନଙ୍କ ମଧ୍ୟରୁ ୩ ଜଣ ଗାଈ ଚୋରି କରିବାକୁ ଉଦ୍ୟମ କରିବାବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଥିଲେ। ଗ୍ରାମବାସୀମାନେ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟପକ୍ଷେ ଅନ୍ୟ ୪ ଜଣ ଅନ୍ଧାରର ସୁଯୋଗ ନେଇ ଖସି ପଳାଇବାରେ ସକ୍ଷମ ହୋଇଥିଲେ।
ଆସାମରେ ୩ ବାଂଲାଦେଶୀଙ୍କୁ ପିଟିପିଟି ହତ୍ୟା
/sambad/media/post_attachments/wp-content/uploads/2020/07/attack.jpg)