ମୁମ୍ବାଇ: ବଲିଉଡର ଡ୍ରଗ୍ସ ଲିଙ୍କକୁ ନେଇ ଏବେ ତଦନ୍ତ ପ୍ରକ୍ରିୟା ତୀବ୍ର କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ପୂର୍ବରୁ ଅନେକ ବଡ଼ ବଡ଼ ବଲିଉଡ କଳାକାରଙ୍କ ନାଁ ସାମ୍ନାକୁ ଆସି ସାରିଥିବା ବେଳେ ଏବେ ଆଉ ୩ଜଣ 'ଏ' ଗ୍ରେଡ କଳାକାରଙ୍କ ନାମ ସାମ୍ନାକୁ ଆସିଛି। ସେମାନଙ୍କ ନାମ 'ଏସ', 'ଆର' ଏବଂ 'ଏ'ରୁ ଆରମ୍ଭ ହେଉଥିବା କଥା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ମୁମ୍ବାଇରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଡ୍ରଗ୍ ବେପାରୀଙ୍କୁ ଗିରଫ କରି ଏନସିବି ବଲିଉଡର ଡ୍ରଗ୍ସ ସର୍କଲକୁ ବାହାରକୁ ଆଣିବା ପାଇଁ ଚେଷ୍ଟା ଚଳାଉଥିବା ବେଳେ ଦିନକୁ ଦିନ ବଡ଼ ବଡ଼ ନାଁ ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ମୁତାବକ, ବଲିଉଡର ୨ଜଣ ସୁପରଷ୍ଟାରଙ୍କ ସମେତ ମୋଟ ତିନିଜଣ 'ଏ' ଗ୍ରେଡ ଅଭିନେତା ଏଜେନ୍ସିର ରାଡାରରେ ଅଛନ୍ତି। ଏହି ତିନିଜଣଙ୍କ ମଧ୍ୟରୁ ଦୁଇଜଣ ବଲିଉଡର, ତୃତୀୟ ଅଭିନେତା ଅନ୍ୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ବୋଲି ସୂଚନା ମିଳିଛି। ଏନସିବି ଏହି କଳାକାରମାନଙ୍କ ବିଷୟରେ ଇନପୁଟ୍ ଗ୍ରହଣ କରିଛି | ତେବେ ଏହି ତିନି କଳାକାରଙ୍କ ନାମ ଏପର୍ଯ୍ୟନ୍ତ ଜଣାପଡିନାହିଁ। କିନ୍ତୁ ତାଙ୍କ ନାମର ପ୍ରଥମ ଅକ୍ଷରଗୁଡ଼ିକ ସାମ୍ନାକୁ ଆସିଛି | ଏହି କଳାକାରମାନଙ୍କ ନାମ 'ଏସ', 'ଆର' ଏବଂ 'ଏ'ରୁ ଆରମ୍ଭ ହେଉଥିବା ନେଇ ଖବର ମିଳିଛି | ଏନସିବି ଦାବି କରିଛି ଯେ, ବର୍ତ୍ତମାନ ସମସ୍ତଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରାଯାଉଛି, ପ୍ରମାଣ ମିଳିବା ମାତ୍ରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
DNA Indiaଏହା ପୂର୍ବରୁ ଏନସିବି ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର, ରାକୁଲ ପ୍ରୀତ ସିଂ, ରିୟା ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ସ ଲିଙ୍କ୍ ନେଇ ଜେରା କରି ସାରିଛି। ରିୟାଙ୍କୁ ଗିରଫ କରାଯାଇ ସାରିଥିବା ବେଳେ ଅନ୍ୟମାନଙ୍କୁ ପଚରାଉଚରା ଜାରି ରଖିଛି ଏନସିବି। ଏହା ସହ ଏନସିବି ଦୀପିକା-ସାରା-ଶ୍ରଦ୍ଧାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ତିନୋଟି ଫୋନରୁ ଡିଲିଟ ହୋଇଥିବା ତଥ୍ୟ ପୁନରୁଦ୍ଧାର ପାଇଁ ପ୍ରୟାସ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/t-242.jpg)