ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଥିବା ସମୟରେ କାର୍ଯ୍ୟରତ ଥିବା ୩ ଅଧିକାରୀଙ୍କ ହୃତଘାତରେ ମୃତ୍ୟୁ
ଲକ୍ଷ୍ମୌ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୨୩୦ଟି ବିଧାନସଭା ପାଇଁ ମତଦାନ ଜାରି ରହିଛି। ତେବେ ଏହି ମତଦାନ ସମୟରେ ଯେପରି କାହାକୁ କିଛି ଅସୁବିଧା ପରିଲକ୍ଷିତ ନହୁଏ ସେନେଇ ବହୁ ସଂଖ୍ୟାରେ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ଏହି କ୍ରମରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗୁନାରେ ଇଲେକ୍ସନ୍ ଡିୟୁଟିରେ ଥିବା ଜଣେ ଅଫିସରଙ୍କ ମୃତ୍ୟୁ ହୋଇଥିଲା। ଏହି ମୃତକଙ୍କ ନାମ ସୋହନଲାଲ ବାଥମ୍। ଇଲେକ୍ସନ୍ କମିସନ୍ ଅଫିସିୟଲ ଭାବେ ସେ ନିୟୋଜିତ ଥିଲେ। କୁହାଯାଉଛି କି ଭେଟିଂ ଆରମ୍ଭ ହେବାର ପ୍ରାୟ ଦେଢ଼ଘଣ୍ଟା ପରେ ସୋହନଲାଲଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଓ ତାଙ୍କର ହୃତଘାତରେ ମୃତ୍ୟୁ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ମତଦାନ ଚାଲିଥିବା ସମୟରେ ଇନ୍ଦୋରେ ଦୁଇଜଣ ଅଧିକାରୀଙ୍କ ସେହି ହୃତଘାତରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁଇ ମୃତକଙ୍କ ମଧ୍ୟରୁ ଜଣକଙ୍କ ନାମ କୌଳାଶଚନ୍ଦ୍ର ପଟେଲ ବୋଲି ଜଣାପଡ଼ିିଛି। ଏହି ଦୁଃଖଦ ଘଟଣା ପରେ ନିର୍ବାଚନ ଆୟୋଗ ମୃତକଙ୍କ ପରିବାରବର୍ଗଙ୍କୁ ୧୦ଲକ୍ଷ ଟଙ୍କାର ସହାୟତା ରାଶି ଦେବାର ଘୋଷାଣା କରିଛନ୍ତି।
#Update Election Commission announces Rs 10 lakh each compensation for the kin of the EC officials who passed away while on election duty #MadhyaPradeshElections https://t.co/7Qv1XJvwIS
— ANI (@ANI) November 28, 2018