କର୍ଣ୍ଣାଟକରେ ୩ ମୁଖ୍ୟମନ୍ତ୍ରୀ: ବିଜେପି

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏବେ ୩ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି। ଏମାନଙ୍କ ମଧ୍ୟରେ ଏଚ୍‌ ଡି କୁମାରସ୍ୱାମୀ ହେଉଛନ୍ତି ପଙ୍ଗୁ ମୁଖ୍ୟମନ୍ତ୍ରୀ। ଅନ୍ୟପକ୍ଷରେ ତାଙ୍କ ଭାଇ ଏଚ୍‌ ଡି ରେବନ୍ନା ସୁପର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଏଚ୍‌ ଡି ଦେବଗୌଡ଼ା ସୁପ୍ରିମ୍‌ ମୁଖ୍ୟମନ୍ତ୍ରୀ। କର୍ଣ୍ଣାଟକ ବିଜେପି ସୋମବାର ଏଭଳି ତାଚ୍ଛଲ୍ୟ କରିଛି। ବିଜେପି ଆହୁରି କହିଛି ଯେ ରାଜ୍ୟରେ ୩ ଜଣ ମୁଖ୍ୟମନ୍ତ୍ରୀ କାମ କରୁଥିବା ସତ୍ତ୍ୱେ ରାଜ୍ୟର ସୁପରିଚାଳନା ପାଇଁ ରାଜ୍ୟବାସୀ ଆଉ ଏକ ସରକାର ପାଇଁ ପ୍ରତୀକ୍ଷା କରିଛନ୍ତି। ତେବେ ରାଜ୍ୟରେ ଏବେ ପ୍ରକୃତରେ ମୁଖ୍ୟମନ୍ତ୍ରୀ କିଏ ଦେବଗୌଡ଼ାଙ୍କ ପରିବାର ପ୍ରଥମେ ସେ ନେଇ ନିଷ୍ପତ୍ତି ନେଉ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର