ଏକାଥରକେ ଖାଲି ହୋଇଗଲା ୩ ପିଲାଙ୍କ ମାଆର କୋଳ, ଖେଳୁ ଖେଳୁ କାଠ ବାକ୍ସ ଭିତରେ ପଶି ୨ ଭଉଣୀ ଓ ଭାଇ ମୃତ

ଡେରାଡୁନ୍‌: ଉତ୍ତରଖଣ୍ଡର ପିଠୋରଗଡ଼ ଜିଲ୍ଲାର କୁମୁଟି ଗ୍ରାମରେ ଦେଖିବାକୁ ମଳିଛି ଏକ ଦୁଃଖଦ ଘଟଣା। ଶନିବାର ରାତିରେ ନିଜ ଘର ମଧ୍ୟରେ ଏକ କାଠ ବାକ୍ସ ମଧ୍ୟରୁ ୩ ଜଣ ମୃତ ଶିଶୁ ଉଦ୍ଧାର ହୋଇଛନ୍ତି। ଏହି ୩ ପିଲାଙ୍କ ମଧ୍ୟରେ ୨ ଜଣ ଝିଅ ଓ ଜଣେ ପୁଅ ଅଛନ୍ତି। ଦୁଇ ଝିଅଙ୍କ ବୟସ ଯଥାକ୍ରମେ ୧୦ ଓ ୭ ହୋଇଥିବା ବେଳେ ପୁଅର ବୟସ ୪ ବୋଲି ପୁଲିସ୍‌ ସୂଚନା ଦେଇଛି। ତିନି ଭାଇଭଉଣୀ ଖେଳୁଥିବା ବେଳେ ହୁଏତ ଭୁଲବଶତଃ ସେହି ବାକ୍ସ ଭିତରେ ପଶି ଯାଇଥିଲେ ଓ ସେଠାରେ ଅଣନିଶ୍ୱାସୀ ହୋଇଯିବାରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ୍‌ ସନ୍ଦେହ କରୁଛି। ତିନି ଭାଇ ଭଉଣୀଙ୍କ ନାମ ନିଶା, ସପ୍‌ନା ଏବଂ କାର୍ତ୍ତିକ। ତେବେ, ଶରୀର ବ୍ୟଚ୍ଛେଦ ରିପୋର୍ଟ ଏବଂ ପୁର୍ନତଦନ୍ତ ହେବା ପରେ ଯାଇ ଏହି ଘଟଣା ସଂପର୍କରେ ସ୍ପଷ୍ଟ ସୂଚନା ଦେଇ ହେବ ବୋଲି ପୁଲିସ୍‌ ସୁପର୍‌ଇନ୍‌ଟେଣ୍ଡେଣ୍ଟ୍‌ ସୂଚନା ଦେଇଛନ୍ତି।

ଜାଣିବାକୁ ମିଳିଛି ଯେ ଏହି ତିନି ଭାଇଭଉଣୀଙ୍କ ଜେଜେବାପା ଜେଜେମାଆ କ୍ଷେତକୁ ଯାଇଥିବା ବେଳେ ତାଙ୍କ ବାପାମାଆ ବାହାରକୁ କାମରେ ଯାଇଥିଲେ। ସେମାନେ ନିଜ ଘର ମଧ୍ୟରେ ଖେଳୁଥିଲେ। ଯେତେବେଳେ ଜେଜେବାପା ଜେଜେମାଆ ଘରକୁ ଫେରିଲେ ମେସାନେ ନିଜ ନାତିନାତୁଣୀଙ୍କୁ ନପାଇ ବିବ୍ରତ ହୋଇପଡ଼ିଲେ। ତା’ପରେ ବ୍ୟସ୍ତ ହୋଇ ବହୁ ଖୋଜାଖୋଜି କରିବା ପରେ ଶେଷରେ ଏକ କାଠ ବାକ୍ସ ମଧ୍ୟରୁ ଉକ୍ତ ୩ ପିଲାଙ୍କୁ ମୃତ ଅବସ୍ଥାରେ ପାଇଥିଲେ।

ସମ୍ବନ୍ଧିତ ଖବର