୩ କୋଟିରେ ପହଞ୍ଚିଲା ହୋଟେଲ୍‌ ବିଲ୍‌, କଶ୍ମୀର ରାଜନେତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ନିଷ୍ପତ୍ତି

ଶ୍ରୀନଗର : ଜମ୍ମୁ କଶ୍ମୀରର ଡାଲ୍‌ ଲେକ୍‌ ନିକଟସ୍ଥ ସେଣ୍ଟୋର୍‌ ହୋଟେଲ୍‌ରେ ଅଟକ ଥିବା ରାଜନେତାମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଜମ୍ମୁ କଶ୍ମୀରରୁ ପ୍ରାୟ ୩୧ ଜଣ ରାଜନେତା ଏହି ହୋଟେଲ୍‌ରେ ଅଟକ ଥିବାବେଳେ ହୋଟେଲ୍‌ ବିଲ୍‌ ପ୍ରାୟ ୩ କୋଟିରେ ପହଞ୍ଚିଛି। ତେଣୁ କେନ୍ଦ୍ର ସରକାର ହୋଟେଲ୍‌ରେ ଅଟକ ଥିବା ରାଜନେତାମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ଉକ୍ତ ରାଜନେତାମାନଙ୍କୁ ବିଧାୟକ ହଷ୍ଟେଲ୍‌କୁ ପଠାଯାଇପାରେ ନଚେତ୍‌ କମ୍‌ ବଜେଟ୍‌ ବିଶିଷ୍ଟ ହୋଟେଲ୍‌ରେ ରଖାଯିବାର ବ୍ୟବସ୍ଥା କରାଯାଇପାରେ। ଅନ୍ୟପକ୍ଷେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତି ନେହରୁ ଗେଷ୍ଟ୍‌ ହାଉସ୍‌ରେ ଥିବାବେଳେ ସେମାନଙ୍କୁ ଅନ୍ୟତ୍ର କେଉଁଠାକୁ ସ୍ଥାନାନ୍ତର କରାଯିବନି ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର