ରାଜହମୁଣ୍ଡ୍ରି: ଦେଶରେ କରୋନା ଭୂତାଣୁର ପ୍ରକୋପ ଲଗାତାର ବଢ଼ିବାରେ ଲାଗିଛି | ଏହାର ମୁକାବିଲା ପାଇଁ ଦେଶ ଏବେ ୩ଟି ଟିକା ଉପରେ ପରୀକ୍ଷା ନିରୀକ୍ଷା ଚଳାଇଛି | ତେବେ ଏହି ୬ମାସ ମଧ୍ୟରେ କରୋନା ଆକ୍ରାନ୍ତ ହୋଇ ଅନେକ ଲୋକ ପ୍ରାଣ ହରାଇଛନ୍ତି | ୬ମାସ ମଧ୍ୟରେ ଅନେକ ପରିବାର ଭାଙ୍ଗିଯାଇଛି ଏବଂ ଅନେକଙ୍କ ସୁନାର ସଂସାର ଉଜୁଡି ଯାଇଛି | ଏ ସବୁ ମଧ୍ୟରେ ଆନ୍ଧ୍ରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କରୋନା ଆକ୍ରାନ୍ତ ହୋଇ ଏକ ପରିବାରର ମୁଖ୍ୟଙ୍କର ମୃତ୍ୟୁ ହେବା ପରେ ପରିବାରର ସମସ୍ତେ ଆତ୍ମହତ୍ୟା କରିଛନ୍ତି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି |
ଘଟଣାଟି ଘଟିଛି ରାଜହମୁଣ୍ଡ୍ରିରେ, ଯେଉଁଠି ଗୋଟିଏ ପରିବାରର ତିନିଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଏହି ତିନି ଜଣଙ୍କ ମଧ୍ୟରେ ମା', ପୁଅ ଏବଂ ଝିଅ ଅନ୍ତର୍ଭୁକ୍ତ। ତିନିଜଣ ଗୋଦାବରୀ ନଦୀ ବନ୍ଧରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣା ପଡିଛି। ଠିକ ସମୟରେ ସେମାନଙ୍କୁ ଉଦ୍ଧାର କରାଯାଇ ନପାରିବାରୁ ତିନିଜଣଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ନିକଟରେ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ପରିବାରର ମୁଖ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି।
intodayମିଳିଥିବା ସୂଚନା ମୁତାବକ, ଚାରି ଦିନ ପୂର୍ବେ, କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ପରିବାରର ମୁଖ୍ୟ ୫୨ବର୍ଷିୟ ନରସୟିଆଙ୍କର ମୃତ୍ୟୁ ହୋଇଥିଲା। ପୁଲିସର ସୂଚନାନୁସାରେ, ନରସୟିଆଙ୍କ ମୃତ୍ୟୁ ପରଠାରୁ ପରିବାର ଲୋକ ଅବସାଦଗ୍ରସ୍ତ ଥିଲେ | ଏଥି ସହିତ ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କ ତରଫରୁ ସେମାନଙ୍କୁ କେହି ସମର୍ଥନ ନ କରିବାରୁ ସେମାନେ ଏଭଳି ପଦକ୍ଷ ନେଇଛନ୍ତି | ମୃତକଙ୍କ ମଧ୍ୟରେ ରହିଛନ୍ତି ନରସୟିଆଙ୍କ ପୁଅ ନରସିଂହ (୨୫), ଝିଅ ଲକ୍ଷ୍ମୀ ଅପର୍ଣ୍ଣା ଏବଂ ପତ୍ନୀ ପୈରିମି ସ୍ନୁନିଟା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Corona-Ruine-The-Happy-Family_Thumbnail.jpg)