ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୋରଦାବାଦଠାରେ ହେବାକୁ ଥିବା ମ୍ୟୁନିସିପାଲଟି ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି କ୍ରମରେ ମୋରଦାବାଦଠାରେ ୩ଫୁଟ ୮ଇଞ୍ଚ ଉଚ୍ଚତା ଥିବା ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରାର୍ଥୀଙ୍କ ନାମ ପ୍ରବେଶ ଚାୱଲା ରହିଥିବା ଜଣାପଡ଼ିଛି। ଯିଏକି ୱାର୍ଡ ନମ୍ବର ୨୧ର ଆଦର୍ଶ ନଗର ପଞ୍ଜାବୀ କଲୋନିରୁ ନିଜର ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।
ନାମାଙ୍କନ ପତ୍ର ଦାଖଲ କରି ପ୍ରବେଶ ଚାୱଲା କହିଛନ୍ତି, ‘ଲୋକେ ଯେଉଁ ଲୋକଙ୍କୁ ଦେଖି ଅଣଦେଖା କରି ଦିଅନ୍ତି ମୁଁ ସେହି ଲୋକଙ୍କ ସ୍ବର ହେବା ପାଇଁ ରାଜନୀତିରେ ପ୍ରବେଶ କରିଛି। ଲକ୍ଷ୍ୟ ସ୍ଥାନରେ ସେହିମାନେ ପହଞ୍ଚି ପାରନ୍ତି ଯାହାଙ୍କ ଭିତରେ ଆତ୍ମବିଶ୍ବାସ ଭରି ରହିଥାଏ। ଆପଣ କେବେ ହେଲେ ନିଜକୁ ନିଚ୍ଚମନେ କରନ୍ତୁ ନାହିଁ। କାରଣ ଏହି ସମାଜରେ ପ୍ରତ୍ୟେକ ମଣିଷକୁ ବଞ୍ଚିବାର ସମାନ ଅଧିକାର ରହିଛି।
ମୁଁ ଗ୍ରାଜୁଏସନ ଶେଷ କରି ବ୍ୟବସାୟ କରୁଛି। ଏଯାବତ ପୂର୍ବରୁ କୌଣସି ନିର୍ବାଚନ ଲଢ଼ି ନାହିଁ। କ୍ରମାଗତ ଦୁଇ ଅଢ଼େଇ ବର୍ଷ ହେବ ଏହି ନିର୍ବାଚନ ପାଇଁ ପ୍ରସ୍ତୁତି କରିଛି। ଏମିତି ନେତା ଅଛନ୍ତି ଯେଉଁମାନେ ଲୋକଙ୍କ ଅସୁବିଧା ବୁଝିବାକୁ ଆସନ୍ତି ନାହିଁ। ମୁଁ ଏହି ନିର୍ବାଚନ ଜିତି ସ୍ବାସ୍ଥ୍ୟସେବା ଜିନିତ ଅସୁବିଧା ଦୂର କରିବା ସହିତ କେମିତି ପିଲାଙ୍କ ପାଠପଢ଼ାରେ ଉନ୍ନତି ହେବ ସେ ଦିଗରେ କାମ କରିବି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/cb43590f-ad80-435b-8b54-2470fb4a805b.jpg)