ଏକା ସମୟରେ ତିନି ଜଣ ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖି ଶେଷରେ ଜେଲ ଗଲେ ଯୁବକ

ନୋଏଡ଼ା : ଉତ୍ତରପ୍ରଦେଶର ନୋଏଡ଼ାରେ ଏକ ଅଦ୍ଭୁତ ଘଟଣା ନଜରକୁ ଆସିଛି । ଜଣେ ଯୁବକ ଏକା ସମୟରେ ତିନି ଜଣ ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖି ବର୍ତ୍ତମାନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଯେତେବେଳେ ତିନି ଜଣ ଯୁବତୀଙ୍କୁ ଏ ବିଷୟରେ ଜଣାପଡ଼ିଲା ସେମାନେ ଅଭିଯୋଗ କରିବା ପାଇଁ ସ୍ଥାନୀୟ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ସେମାନେ ଯୁବକଙ୍କୁ ବିବାହ କରିବାକୁ କହିବା ସହ ପରସ୍ପର ମଧ୍ୟରେ ଝଗଡ଼ା କରିବା ଆରମ୍ଭ କରିଦେଇଥିଲେ । ଜଣେ ଯୁବତୀ ବିବାହ ପାଇଁ କହିବା ସହ ତାଙ୍କ ହାତ ମଧ୍ୟ କାଟି ଦେଇଥିଲେ । ଯାହାପରେ ଉପସ୍ଥିତ ପୁଲିସ କର୍ମଚାରୀ ଯୁବକ ଏବଂ ଅନ୍ୟ ଜଣେ ଯୁବତୀଙ୍କୁ ଗିରଫ କରିବା ସହ ଘଟଣାଟିର ତଦନ୍ତ କରୁଛି।

wikiHow

ଘଟଣା ଅନୁଯାୟୀ , ବୁଲନ୍ଦସହରର ନୂଆଗାଁ ଅଞ୍ଚଳର ଯୁବକ ଜଣଙ୍କ ନୋଏଡ଼ା ସେକ୍ଟର-୩ର ଏକ ଘରୋଇ ସଂସ୍ଥାରେ କର୍ଯ୍ୟରତ ଥିଲେ । ଯୁବକ ଜଣକ ନୋଏଡ଼ା ଆସିବା ପୂର୍ବରୁ ବୁଲନ୍ଦସହରରେ ତାଙ୍କର ଜଣେ ପ୍ରେମିକାଥିଲେ । ତାଙ୍କ ସହିତ ସଂପର୍କରେ ଥାଇ ମଧ୍ୟ ଯୁବକ ଜଣଙ୍କ ନୋଏଡ଼ାର ତାଙ୍କ କମ୍ପାନିରେ କାମ କରୁଥିବା ଆଉ ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ସ୍ଥାପନ କରିଥିଲେ । ଏହା ସହ ତାଙ୍କ ସହିତ ୭ ବର୍ଷ ହେବ ଲିଭ-ଇନ ସଂପର୍କରେ ମଧ୍ୟ ରହିଥିଲେ । ଖାଲି ଏତିକି ନୁହଁ, ଗତ ଡ଼ିସେମ୍ବର ମାସରେ ନୋଏଡ଼ା ପ୍ରେମିକାଙ୍କର ଜଣେ ସାଙ୍ଗ ତାଙ୍କ ଘରକୁ ଆସିଥିଲେ, ତା’ପର ଠାରୁ ସେହି ଯୁବତୀଙ୍କ ସହ ମଧ୍ୟ ପ୍ରେମ ସଂପର୍କରେ ରହିଥିଲେ ଯୁବକ । ଏକା ସମୟରେ ତିନି ଜଣଙ୍କ ସହିତ ସଂପର୍କରେ ରହିଥିଲେ ମଧ୍ୟ କୌଣସି ଯୁବତୀ ଅନ୍ୟ ଜଣଙ୍କ ବିଷୟରେ ଜାଣିପାରି ନଥିଲେ।

wikiHow

ନିକଟରେ ଯୁବକଙ୍କର ଜଣେ ସାଙ୍ଗ ତାଙ୍କର ତିନିଜଣ ପ୍ରେମିକାଙ୍କୁ ତାଙ୍କ ବିଷୟରେ ସମସ୍ତ କଥା କହିଥିଲେ । ଯାହାପରେ ତିନିଜଣ ଯୁବତୀ ନୋଏଡ଼ା ସେକ୍ଟର ୩ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ତିନି ଯୁବତୀଙ୍କ ମଧ୍ୟରେ ଯୁବକଙ୍କୁ ବିବାହ କରିବା ପାଇଁ ବିତର୍କ ହୋଇଥିଲା । ସେଠାରେ ଯୁବକ ଜଣଙ୍କ ପହଞ୍ଚିବା ପରେ ବିତର୍କ ଭୟଙ୍କର ରୂପ ନେଇଥିଲା। ଯୁବକ ଜଣକ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ମନା କରିବାରୁ ସେ ପୁଲିସ ଷ୍ଟେସନରେ ହିଁ ନିଜର ହାତ କାଟି ଦେଇଥିଲେ । ପରେ ପୁଲିସ ଯୁବତୀଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରିବା ସହ ତାଙ୍କୁ ଏବଂ ଯୁବକଙ୍କୁ ପୁଲିସ ଷ୍ଟେସନରେ ଶାନ୍ତି ଭଙ୍ଗ କରିବା ଅଭିଯୋଗରେ ଗିରଫ କରିଛି। ଅନ୍ୟ ଦୁଇଜଣ ଯୁବତୀଙ୍କୁ ତାଙ୍କ ପରିଜନଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର