ଶ୍ରୀନଗର: ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ଶନିବାର ହୋଇଥିବା ଗୁଳି ବିନିମୟରେ ତିନିଜଣ ହିଜବୁଲ ମୁଜାହିଦ୍ଦିନ (ଏଚଏମ) ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଗୁଳି ବିନିମୟରେ ଜଣେଯବାନ ମଧ୍ୟ ସହିଦ ହୋଇଥିବା ସୂଚନା ରହିଛି। ମୃତକ ଆତଙ୍କବାଦୀମାନେ ହେଲେ ଆଦିଲ ହାଫିଜ, ଅରସିଦ ଅହମ୍ମଦ ଦାର ଏବଂ ରୁଫ ଅହମ୍ମଦ ମିର।
ଏହି ଏନକାଉଣ୍ଟର ବେଳେ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯବାନ ସହିଦ ହୋଇଥିବା ସୂଚନା ରହିଛି।
ଦକ୍ଷିଣ କାଶ୍ମୀରର ଜାଦୋରା ଗ୍ରାମରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ସୂଚନା ପାଇ ସୁରକ୍ଷା ବଳ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ବୋଲି ପୁଲିସ୍ ମୁଖପାତ୍ର ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2020/08/c879efa63b5e805bbfd46af358474649dad6920cfb5797915eaca787fe880813-300x189.jpg)
Dailyhunt
ସେ କହିଛନ୍ତି ଯେ ଅପରେସନ୍ ସମୟରେ ଯେତେବେଳେ ଆତଙ୍କବାଦୀ ଉପସ୍ଥିତି ଜଣାପଡିଥିଲା ​​ସେତେବେଳେ ସେମାନଙ୍କୁ ଆତ୍ମସମର୍ପଣ କରିବାର ସୁଯୋଗ ଦିଆଯାଇଥିଲା। ମାତ୍ର ଆତଙ୍କବାଦୀମାନେ ସେପରି ନକରି ସୁରକ୍ଷା ବଳ ଉପରେ ଗୁଳି ଚଳାଇଥିଲେ।
ସୂତ୍ରରୁ ଜାଣିବାକୁ ମିଳିଛି ଯେ ନିହତ ଆତଙ୍କବାଦୀମାନଙ୍କର ପୂର୍ବରୁ ଅପରାଧିକ ଇତିହାସ ରହିଛି। ସେମାନେ ପୂର୍ବରୁ ପୁଲିସ୍ ତଥା ସୁରକ୍ଷା ପ୍ରତିଷ୍ଠାନ ଉପରେ ଆକ୍ରମଣ ସମେତ ଏହି ଅଞ୍ଚଳରେ ମଧ୍ୟ ଅନେକ ଥର ଆକ୍ରମଣ ପାଇଁ ଯୋଜନା କରିିଥିଲେ।
ନିହତ ଆତଙ୍କବାଦୀଙ୍କ ନିକଟ ସଂପର୍କୀୟଙ୍କୁ ବାରାମୁଲ୍ଲାରେ ହେବାକୁ ଥିବା ଶେଷ ରୀତିନୀତିରେ ଭାଗ ନେବାକୁ ଅନୁମତି ଦିଆଯିବ ବୋଲି ମୁଖପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/kashmir-1.jpg)