ନୂଆଦିଲ୍ଲୀ: ଗତକିଛି ଦିନ ହେବ ଅନେକ ଭାରତୀୟ ଜାତୀୟ ଓ ଅନ୍ତର୍ଜାତୀୟ ବିମାନକୁ ବୋମା ଧମକ ମିଳୁଥିବା ବେଳେ ନିକଟରେ ତିରୁପତି ମନ୍ଦିରକୁ ବି ସମାନ ଧମକ ମିଳିଛି।
ତିରୁପତି ମନ୍ଦିର ପରିସରରେ ଥିବା ଅନେକ ହୋଟେଲକୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଥିବା ସୂଚନା ରହିଛି। ଏହି ଧମକକୁ ଜବାବ ଦେଇ ପୁଲିସ ଏବଂ ପୁଲିସ୍ କୁକୁରମାନେ ହୋଟେଲଗୁଡିକରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିଥିଲେ, ଯାହା ନିଶ୍ଚିତ କରିଛି ଯେ ସେପରି କୌଣସି ବିପଦ ନାହିଁ। କୌଣସି ପ୍ରକାରର ସନ୍ଦେହଜନକ ସାମଗ୍ରୀ ଉଦ୍ଧାର ନହେବାରୁ ସ୍ପଷ୍ଟ ହୋଇଛି ଯେ ଏହା ଏକ ମିଥ୍ୟା ଧମକ ଥିଲା। କେବଳ ଆତଙ୍କ ସୃଷ୍ଟି କରିବା ପାଇଁ କେହି ଜଣେ ଏପରି ଧମକ ଦେଇଛି।
ଏହି ଇମେଲରେ ଡ୍ରଗ୍ କିଙ୍ଗପିନ୍ ଜାଫର ସିଦିକଙ୍କ ନାମ ଉଲ୍ଲେଖ କରାଯାଇଛି, ଯିଏକି ଚଳିତବର୍ଷ ଫେବ୍ରୁଆରି ମାସରେ ଗିରଫ ହୋଇଥିଲେ।ଏହି ଧମକର କାରଣ କ’ଣ ଖୋଜିବା ପାଇଁ ପୁଲିସ ତଦନ୍ତ ଆରମ୍ବ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/10/25/5NdDD759SY1I1U8iW5jC.jpg)