ୱାସିଂଟନ : ଆମେରିକାର ଆରିଜୋନାସ୍ଥିତ ଏକ ବରଫାୟିତ ହ୍ରଦ ଉପରେ ଚାଲିଚାଲି ଯାଉଥିବା ବେଳେ ବାଟରେ ଅର୍ଦ୍ଧତରଳ ବରଫ ଭିତରେ ବୁଡ଼ିଯାଇଥିଲେ ତିନିଜଣ ଭାରତୀୟ ଆମେରିକୀୟ। ଜଣେ ମହିଳାଙ୍କ ସମେତ ଉକ୍ତ ତିନିଜଣ ବ୍ୟକ୍ତିଙ୍କର ଡିସେମ୍ବର ୨୬ ଅପରାହ୍ଣରେ ମୃତ୍ୟୁ ଘଟିଛି। ଉକ୍ତ ତିନିଜଣ ବ୍ୟକ୍ତି ହେଉଛନ୍ତି ନାରାୟଣ ମୁଦ୍ଦାନା (୪୯), ଗୋକୁଳ ମେଡିସେଟି (୪୭) ଏବଂ ହାରିତା ମୁଦ୍ଦାନା। ସେମାନେ ହେଉଛନ୍ତି ଆରିଜୋନା ଅନ୍ତର୍ଗତ ଚାନ୍ଦଲରର ବାସିନ୍ଦା। ସେମାନେ ଡିସେମ୍ବର ୨୬ରେ ଉଡ୍ସ କେନିୟନ ହ୍ରଦରେ ବୁଡ଼ିଯିବା ପରେ ନିଖୋଜ ହୋଇଯାଇଥିଲେ। ଉଦ୍ଧାରକାରୀ ଦଳ ଖୋଜାଖୋଜି କରି ମଙ୍ଗଳବାର ହ୍ରଦରୁ ସେମାନଙ୍କ ମୃତଦେହ ପାଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp