ପାନିପତ୍‌ (ହରିୟାଣା): ହରିୟାଣାର ପାନିପତ୍‌ ଠାରେ ଆଜି ପୂର୍ବାହ୍ନରେ ଘଟିଯାଇଛି ଏକ ଦୁଃଖଦପୂର୍ଣ୍ଣ ଘଟଣା। ରେଳ ଧାରଣା ଉପରେ ଚଳନ୍ତା ଟ୍ରେନ୍‌ ସହ ଦୁଃସାହସିକ ସେଲଫି ନେଇ ସୋସିଆଲ ମିଡିଆରେ ଚର୍ଚ୍ଚିତ ହେବାକୁ ଅପଚେଷ୍ଟା କରୁଥିବା ବେଳେ ଆଜି ତିନି ଜଣ ଯୁବକଙ୍କର ମୁତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ସୌଭାଗ୍ୟକ୍ରମେ ବଞ୍ଚି ଯାଇଛନ୍ତି।

Advertisment

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଏହି ଚାରି ଜଣ ଯୁବକ ସେମାନଙ୍କ ପରିବାର ସହ ପାନିପତ୍‌ ଆସିଥିଲେ। ତେବେ, ଆଜି ସକାଳୁ ଏହି ଚାରି ଜଣ ଯୁବକ ନିକଟରେ ଯାଇଥିବା ଏକ ରେଳ ଧାରଣା ଉପରକୁ ଯାଇ ଚଳନ୍ତା ଟ୍ରେନ୍‌ ସହ ସେଲଫି ନେଉଥିଲେ। ଏହି ସମୟରେ ହଠାତ୍‌ ସେମାନେ ଛିଡ଼ା ହୋଇଥିବା ଧାରଣା ଉପରେ ଏକ ରେଳଗାଡ଼ି ଦ୍ରୁତ ଗତିରେ ମାଡ଼ି ଆସିଥିଲା। ସମାନାରେ ରେଳଗାଡ଼ି ମାଡ଼ି ଆସୁଥିବା ଦେଖିବା ପରେ ଭୟଭୀତ ହୋଇ ଏହି ଯୁବକମାନଙ୍କ ମଧ୍ୟରୁ ତିନି ଜଣ ଯୁବକ ସେଇ ରେଳ ଧାରଣା କଡ଼ରେ ଥିବା ଆଉ ଗୋଟିଏ ଧାରଣା ଉପରକୁ ହେଇଁ ପଡ଼ିଥିଲେ। ତେବେ, ଦୁର୍ଭାଗ୍ୟକୁ ସେଇ ଧାରଣା ଉପରେ ମଧ୍ୟ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ରେଳଗାଡ଼ି ସେମାନଙ୍କ ଉପରେ ଚଢ଼ି ଚାଲି ଯାଇଥିଲା। ଏବଂ ଘଟଣାସ୍ଥଳରେ ହିଁ ସେମାନଙ୍କର ମୁତ୍ୟୁ ହୋଇ ଯାଇଥିଲା। ତେବେ, ଏମାନଙ୍କ ସହ ଥିବା ଅନ୍ୟ ଯୁବକ ଜଣକ ରେଳ ଧାରଣା ବାହରକୁ ନେଇଁ ପଡ଼ିଥିବା କାରଣରୁ ସେ ଏହି ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ। ଏହି ଦୁର୍ଘଟଣାରୁ ବଞ୍ଚି ଯାଇଥିବା ଯୁବକ ଜଣଙ୍କର ନାମ ଏମ୍‌ ଏସ୍‌ ଡାବସ ବୋଲି ଜଣା ପଡ଼ିଛି। ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନ୍ୟ ଦୁଇ ଯୁବକଙ୍କର ବୟସ ୧୮ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବୟସ ୧୯ ବର୍ଷ ଥିବା ଜାଣିବାକୁ ମିଳିଛି।

publive-image Decan Chronicle

ଭାରତ ପାଇଁ ସେଲଫି ଦୁର୍ଘଟଣା ଏକ ଚିନ୍ତାର କାରଣ ପାଲଟିଛି। କାରଣ, ଦୁଃସାହସିକ ସେଲଫି ନେବା କାଳରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ସଂଖ୍ୟାକୁ ଦେଖିଲେ ଭାରତ ସ୍ଥାନ ସମଗ୍ର ବିଶ୍ୱରେ ଏକ ନମ୍ବରରେ ରହିଛି। ଭାରତ ପଛକୁ କ୍ରମାନ୍ଵୟରେ ରହିଛନ୍ତି ଋଷିଆ, ଆମେରିକା ଓ ପାକିସ୍ତାନ। ଗତବର୍ଷ କରା ଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଭାରତରେ ୨୦୧୧ରୁ ୨୦୧୭ ମଧ୍ୟରେ ସେଲଫି ନେବା କାଳରେ ୨୫୯ ମୁତ୍ୟୁ ମୁଖରେ ପଡ଼ିଛନ୍ତି।