ନୂଆଦିଲ୍ଲୀ : ରାଜ୍ୟ ସୂଚନା କମିସନ୍‌ରେ ସମ୍ପ୍ରତି ୩ ଜଣ ସୂଚନା କମିସନର କାମ କରୁଥିବା ବେଳେ ପଡ଼ି ରହିଥିବା ମାମଲା ଦୃଷ୍ଟିରୁ ଅତି କମରେ ଆଉ ୩ ଜଣ ସୂଚନା କମିସନର ରଖିବାକୁ ଆଜି ସୁପ୍ରିକୋର୍ଟ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସୂଚନା କମିସନ୍‌ରେ ଖାଲି ପଡ଼ିଥିବା ପଦବି ସଂକ୍ରାନ୍ତ ମାମଲାର ବିଚାର କରି ବିଚାରପତି ଏ କେ ସିକ୍ରି ଏବଂ ବିଚାରପତି ଏସ୍ ନଜିରଙ୍କ ଖଣ୍ଡପୀଠ ଏପରି ରାୟ ଶୁଣାଇଛନ୍ତି।

Advertisment

ରାଜ୍ୟ ସୂଚନା କମିସନ୍‌ରେ ଅଦ୍ୟାବଧି ୯୭୬୪ଟି ମାମଲା ବିଚାରାଧୀନ ଥିବା ବେଳେ ୨୦୧୮ ମସିହାରେ ୫୨୨ ମାମଲାକୁ ମିଶାଇ ମୋଟ ୨୫୦୦ଟିର ଫଇସଲା ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ତେଣୁ ଏତେ ସମଖ୍ୟକ ମାମଲାର ତ୍ବରିତ ଫଇସଲା ପାଇଁ ରାଜ୍ୟ ସୂଚନା କମିସନ୍‌ରେ ଅତି କମରେ ୩ଟି କମିସନର ପଦବି ସୃଷ୍ଟି ପାଇଁ ସୁପ୍ରିମକୋର୍ଟ ମତ ରଖିଛନ୍ତି। ରାଜ୍ୟ ସରକାର ଗୋଟିଏ ମାସ ଭିତରେ ଏ ସଂକ୍ରାନ୍ତ ନିଷ୍ପତ୍ତି ନେବା ସହ ନୂତନ ଭାବେ ସୃଷ୍ଟ ପଦବିଗୁଡ଼ିକର ଏହି ରାୟ ପ୍ରକାଶର ଚାରି ମାସ ଭିତରେ ପୂରଣ କରିବା ପାଇଁ ମାନ୍ୟବର ଅଦାଲତ ନିର୍ଦ୍ଦେଶ କରିଛନ୍ତି।