କେରଳରୁ ୩ ଆଇଏସ୍‌ ସଦସ୍ୟ ଗିରଫ

ସିରିୟାରୁ ତାଲିମ ନେଇ ଫେରିଥିଲେ

କନ୍ନୁର୍‌: ଆତଙ୍କବାଦୀ ସଂଗଠନ ଆଇଏସ୍‌ରେ ସାମିଲ ହେବାପରେ ସିରିୟାରୁ ତାଲିମ ନେଇ ଭାରତ ଫେରିଥିବା କେରଳର ୩ ଜଣ ଯୁବକକୁପୁଲିସ ଗିରଫ କରିଛି। କନ୍ନୁରର ଭାଲାପାଟନମ ପୁଲିସ ସୂଚନା ମୁତବକ ମିଦିଲାଜ କେସି, ରସଦ୍‌ ଏମ୍‌ପି ଏବଂ ଅବୁଦଲ ରଜାକ ପ୍ରାୟ ୨ ବର୍ଷ ହେଲା ଆଇଏସ୍‌ ସହ ସଂପର୍କରେ ଥିଲେ ଏବଂ ସେମାନେ ଆଇଏସ୍‌ରେ ସାମିଲ ହେବାପରେ ସିରିୟା ପଳାଇଥିଲେ। ସିରିୟାରେ ତାଲିମ ନେବାପରେ ସେମାନେ ତୁର୍କୀ ଦେଇ ଦେଶକୁ ଫେରିଥିଲେ। ୪ ମାସ ତଳୁ ସେମାନେ ଫେରିଥିଲେ ଏବଂ ସେମାନଙ୍କ କାର୍ଯ୍ୟକଳାପ ଉପରେ ପୁଲିସର ସନ୍ଦେହ ହୋଇଥିଲା। ଖୋଳତାଡ଼ ପରେ ସେମାନେ ଇସ୍‌୍‌ଲାମିକ ଷ୍ଟେଟ୍‌ର ସଦସ୍ୟ ଏବଂ ସରିୟାରୁ ତାଲିମ ନେଇ ଫେରିଥିବା ସ୍ପଷ୍ଟ ହୋଇଥିଳା। ସିରିୟାରୁ ତାଲିମ ନେବାପରେ ସେମାନେ ତୁର୍କୀ ଯାଇଥିଲେ । କିନ୍ତୁ ସେଠାରେ ତୁର୍କୀ ପୁଲିସ ଦ୍ୱାରା ଧରାପଡ଼ିବା ପରେ ୪ ମାସ ସେଠାରେ ଅଟକ ଥିଲେ। ତେବେ ଏହି ତାଲିମପ୍ରାପ୍ତ ଆତଙ୍କବାଦୀମାନେ କନ୍ନୁର ଅଂଚଳର ଅନ୍ୟ ଯୁବକମାନଙ୍କୁ ପ୍ରଭାବିତ କରି ଆଇଏସ୍‌ରେ ସାମିଲ ହେବାକୁ ମତାଇ ଥିବାରୁ ଏ ବାବଦରେ ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରାଯାଇଛି । ତିନି ମାସ ତଳେ ଏନ୍‌ଆଇଏ କନ୍ନୁରରୁ ଜଣେ ଆଇଏସ୍‌ ସଂଚାଳକକୁ ଗିରଫ କରିଥିଲା। ତାକୁ ଜେରା ବେଳେ ମିଳିଥିବା ତଥ୍ୟ ଆଧାରରେ ଆଇଏସ୍‌ର ଅନ୍ୟ କେତେକ ସଦସ୍ୟଙ୍କ ସଂପର୍କରେ ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର