ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଭାରତ ସରକାର ଆଣ୍ଡାମାନ ନିକୋବର ଦ୍ୱୀପପୂଞ୍ଜର ୩ଟି ଦ୍ୱୀପର ନାମ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ମହାନ ସ୍ୱାଧୀନତା ସଂଗ୍ରାମୀ ସୁବାସ ଚନ୍ଦ୍ର ବୋଷଙ୍କ ଆଣ୍ଡାମାନ ନିକୋବର ଦ୍ୱୀପରେ ୧୦୪୩ ମସିହାରେ ପଦାର୍ପଣ କରି ଜାତୀୟ ପତାକା ଉତ୍ତୋଳନ କରିଥିବା ଐତିହାସିକ ଘଟଣାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ଆଣ୍ଡାମାନ ନିକୋବରର ୩ଟି ଦ୍ୱିପକୁ ଯଥାକ୍ରମେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଦ୍ୱୀପ, ସହିଦ ଦ୍ୱୀପ ଓ ସ୍ୱରାଜ ଦ୍ୱୀପ ଭାବେ ନାମିତ କରିବାକୁ ଯାଉଛନ୍ତି।
Three islands in Andaman and Nicobar — Ross Island, Neil Island and Havelock Island to be renamed as Netaji Subhash Chandra Bose Island, Shaheed Dweep & Swaraj Dweep respectively by Centre.
— ANI (@ANI) December 25, 2018
ଏ ନେଇ ଗୃହମନ୍ତ୍ରଣାଳୟ ସବୁଜ ସଙ୍କେତ ଦେଇ ସାରିଥିବା ବେଳେ ଆସନ୍ତା ଡିସେମ୍ବର ମାସ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋର୍ଟ ବ୍ଲେୟାର ଗସ୍ତ କାଳରେ ଏହି ଘୋଷଣା କରି ପାରନ୍ତି ବୋଲିି ଅନୁମାନ କରାଯାଉଛି।
ସୂଚନା ଯୋଗ୍ୟ ଯେ ୧୯୪୩ ମସିହାରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ପୋର୍ଟ ବ୍ଲେୟାରରେ ଆଜାଦ୍ ହିନ୍ଦ ଫୌଜ ସହିତ ପହଞ୍ଚି ସେଠାରେ ସ୍ୱାଧୀନ ଭାରତର ପତାକା ଉଡ଼ାଇଥିଲେ। ଜାପାନ କର୍ତ୍ତୃତ୍ୱାଧୀନ ପୋର୍ଟ ବ୍ଲେୟାରକୁ ମୁକ୍ତ କରି ସେ ଏହି ପତକା ଡିସେମ୍ବର ମାସ ୩୦ ତାରିଖ ଦିନ ଉତ୍ତୋଳନ କରିଥିଲେ। ତେଣୁ ଏହି ଐତିହାସିକ ଘଟଣାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଣ୍ଡାମାନ ନିକୋବର ଗସ୍ତରେ ଯାଇ ଯେଉଁ ସ୍ଥାନରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଜାତୀୟ ପତାକା ଉତ୍ତୋଳନ କରିଥିଲେ, ସେହି ସ୍ଥାନରେ ଜାତୀୟ ପତାକା ଉତ୍ତୋଳେନ କରିବେ। ତେବେ ସେତେବେଳେ ନେତାଜୀ ଏହି ଦ୍ୱୀପପୁଞ୍ଜକୁ ସହିଦ ଓ ସ୍ଵାରାଜ ଦୀପପୁଞ୍ଜର ନାମ ଦେଇଥିଲେ।
ତେବେ ଏହି ଦ୍ୱୀପକୁ ନେତାଜୀଙ୍କ ନାମରେ ନାମିତ କରିବାକୁ କେତେକ ବ୍ୟକ୍ତିବିଶେଷ ଓ ସଙ୍ଗଠନ ଦାବି କରି ଆସୁଥିଲେ । ଏହି ମର୍ମରେ ଆଣ୍ଡାମାନର ୩ଟି ଦ୍ୱୀପ ଯଥା ରୋଜ ୍ ଦ୍ୱୀପକୁ ‘ନେତାଜୀ ସୁବାସ ଚନ୍ଦ୍ର ବୋଷ ଦ୍ୱୀପ’, ନେଲ୍ ଦ୍ୱୀପକୁ ‘ସହିଦ ଦ୍ୱୀପ’ ଓ ହାଭଲକ୍ ଦ୍ୱୀପକୁ ‘ସ୍ୱରାଜ ଦ୍ୱୀପ’ ଭାବେ ନାମିତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଗୃହମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିବା ବେଳେ ଆଗାମୀ ୩୦ ତାରିଖରେ ଆଣ୍ଡାମାନ ନିକୋବର ପାଇଁ କେନ୍ଦ୍ର ସରକାର ବହୁ ଯୋଜନା ଘୋଷଣା କରିବେ ବୋଲି କହିଛନ୍ତି।