ଜମ୍ମୁ କଶ୍ମୀର: ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନୀ ଗୁଳିରେ ୩ ଯବାନ ସହିଦ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ରବିବାର ସନ୍ଧ୍ୟାରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଭାରତୀୟ ସେନା ଉପରକୁ ଆକ୍ରମଣ କରିବା ପାଇଁ ପାକିସ୍ତାନୀ ସେନା ପକ୍ଷରୁ ପୂର୍ବରୁ ବିଧିବଦ୍ଧ ଭାବରେ ଯୋଜନା ପ୍ରସ୍ତୁତ କରାଯାଇଥିବା ଅନୁମାନ କରାଯାଉଛି। ଯେଉଁଥି ପାଇଁ ଭୀମବର ଗଳି ସେକ୍ଟରରେ ପାକିସ୍ତାନୀମାନେ ଆଖି ବନ୍ଦ କରି ଗୁଳି ବର୍ଷା କରିଛନ୍ତି। ଅପରପକ୍ଷେ ଭାରତୀୟ ଯବାନମାନେ ମଧ୍ୟ ଏହାର ଗୁଳିବର୍ଷା କରିଛନ୍ତି। ଭାରତୀୟ ଯବାନମାାନେ ସହିଦ ହେବା ନେଇ ସେନାର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟକୁ ସୂଚନା ଦେଇଛନ୍ତି।

ପୂର୍ବରୁ ପୁଞ୍ଛ ଓ ରାଜୌରୀ ଜିଲ୍ଲାରେ ଜଣେ ଯବାନ ଓ ୩ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ। ଆହତ ନାଗରିକ ମାନେ ହେଲେ ଶାହାନାଜ୍‌ ବନୋ(୧୫) ଓ ୟାସିନ୍‌ ଆରିଫ୍‌(୧୪)। ଏମାନେ ଇସଲାମାବାଦ୍‌ର ନାଗରିକ।

ସମ୍ବନ୍ଧିତ ଖବର